Onn 3

DNA ରିପୋର୍ଟ ଧରି ଧାରଣାରେ ବସିଲେ ଦୀପିକା, ଦାବି କଲେ ମୋ ପିଲାର ବାପା ଦୀନେଶ

Crime State

ବ୍ରହ୍ମପୁର : ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ କେ. ଦିନେଶ କୁମାର ଓ କେ. ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା।

୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଚି। ସ୍ତ୍ରୀର ମାନ୍ୟତା ଦାବି କରି ୬ ମାସ ହେଲା ଶାଶୁ ଘରେ ଆଗରେ ଦେଇଛନ୍ତି ଧାରଣା। ଶିଶୁ ପୁତ୍ରର ବାପା କେ. ଦିନେଶ କୁମାର ଦାବି କରି ୨୦୨୧ରେ ଟାଉନ ଥାନାରେ ମାମାଲା ରୁଜୁ କରିଥିଲେ ଦୀପିକା। ପରବର୍ତ୍ତୀ ସମୟରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ଦୀପିକା ନିଜ ପ୍ରେମିକ କେ. ଦିନେଶ କୁମାର ଓ ଶିଶୁପୁତ୍ରର ଡିଏନଏ ଟେଷ୍ଟ ପାଇଁ କୋର୍ଟରେ ଅପିଲ କରିଥିଲେ। କୋର୍ଟଂକ ନିର୍ଦ୍ଦେଶକ୍ରମେ ଦୀପିକା, ଦିନେଶ ଓ ତାଂକ ଶିଶୁ ପୁତ୍ରର ସାମ୍ପୁଲ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଥିଲା। । ରାଜ୍ୟ ଫୋରେସିକ୍ ଲ୍ୟାବ ଗତବର୍ଷ ଏହି ଡିଏନଏ ଟେଷ୍ଟ ରିପୋର୍ଟ ଦେଇଥିଲେ। ପରେ ଏହାକୁ କୋର୍ଟରେ ଦାଖଲ କରାଯାଇଥିଲା। ଗତକାଲି ଏହି ରିପୋର୍ଟର ଏକ କପି ଦୀପିକା ନେଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏ ନେଇ ଦୀପିକା ପ୍ରେମିକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଗତ ୮ତାରିଖ ରାତିରୁ ପୁଣି ଥରେ ଦେଶୀବେହେରା ସାହି ସ୍ଥିତି ପ୍ରେମିକ ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିଲେ । ହେଲେ ପରଦିନ ସକାଳେ ଦୀପିକା ଦୀନେଶଙ୍କ ବାରଣ୍ଡାରେ ଧାରଣରେ ବସିଥିବା ସମୟରେ ହଠାତ ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହାପରେ ଦୀପିକାଙ୍କ ଉପରକୁ ଦିନେଶଙ୍କ ପରିବାର ଲୋକେ ଲଙ୍କାଗୁଣ୍ଡ ପାଣି ଫିଙ୍ଗିଥିବା ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ନେଇ ଓଦା ଶରୀର ଅବସ୍ଥାରେ ହିଁ ଦୀପିକା ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାକୁ ନେଇ ଏସପିଙ୍କୁ ଜଣାଇଥିଲେ । ଏନେଇ ପୋଲିସ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ଦୀପିକା ।