Onn 3

ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ

State

ଯାଜପୁର : କେଲୁଅ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବତୀ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିଆଳି ଗାଁ ନିକଟ ବ୍ରାହ୍ମଣୀ ଶାଖା କେଲୁଅ ନଦୀ ସ୍ରୋତରେ ଭାସି ଗଲେ ଯୁବତୀ । ନିଖୋଜ ଯୁବତୀ ଜଣକ ନିଆଳି ଗାଁର ସସ୍ମିତା ପରିଡ଼ା ।

ସସ୍ମିତା ସାଙ୍ଗ ମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ କରିନପାରିବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।