Onn 3

୫-ଟି ରୂପାନ୍ତରିତ ଆଗରପଡ଼ା କଲେଜର ଶିଳାନ୍ୟାସ

State

ଆଗରପଡ଼ା: ଆଗରପଡ଼ା କଲେଜ ଓ ମହିଳା କଲେଜ ଏହି ଦୁଇଟି କଲେଜ ୫-ଟିରେ ସାମିଲ ହୋଇଛି । ଉଭୟ କଲେଜର ଦୂପାନ୍ତରଣ ପାଇଁ କୋଟିଏ ପଚିଶ ଲକ୍ଷ ଟଙ୍କା ମଂଜୁର ହୋଇଛି । ସୋମବାର ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଏହାର ଶିଳାନ୍ୟାସ କରିଥିଲେ ।

ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ, ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ବିଜେଡ଼ି ବିଧାନସଭା ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ବନ୍ତ ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ, ଛାତ୍ର ସଭାପତି ପ୍ରଣବ ଲେଙ୍କା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି ପ୍ରମୁଖଙ୍କ ସମେତ ସ୍ଥାନୀୟ ସରପଂଚ, ସମିତି ସଭ୍ୟ/ସଭ୍ୟାଙ୍କ ସମେତ କଲେଜ କର୍ମଚାରୀ ଉପସ୍ଥିତ ଥିଲେ ।