Onn 3

ମାଆ କିଚକେଶ୍ବରୀ ଙ୍କ ମନ୍ଦିର ପାଇଁ ଅଧିକ ଅର୍ଥ ମଞ୍ଜୁର ପାଇଁ ଦାବି

State

ବାରିପଦା: ନବ ରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ମଠ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରଥମ ଦ୍ଵିତୀୟ ପର୍ଯ୍ୟାୟରେ ଶହ କୋଟି ଟଙ୍କା ମଞ୍ଜୁରୀ ପ୍ରଦାନ କରୁଥିବା ବେଳେ ବିଶ୍ୱର ବିରଳ କଳା ମୁଗୁନି ପଥରରେ ନିର୍ମିତ ଖିଚିଂ ସ୍ଥିତ ମୟୁରଭଞ୍ଜ ର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଙ୍କ ମନ୍ଦିର ପାଇଁ ସ୍ୱଳ୍ପ ଅର୍ଥ ମଞ୍ଜୁର କରିବା ମୟୁରଭଞ୍ଜ ବାସୀଙ୍କ ମନରେ ଗଭୀର ଆଘାତ ପ୍ରଦାନ କରିଛି |
ମୟୁରଭଞ୍ଜ ବାଦ ଓଡ଼ିଶାର ପ୍ରମୁଖ ମଠ ମନ୍ଦିର କୁ ରାଜ୍ୟ ସରକାର କରିଥିବା କିଛି ଉଦାହରଣ……
1/ଗଞ୍ଜାମ ମାଆ ତାରା ତାରିଣୀ ମନ୍ଦିର ପାଇଁ- 172.06କୋଟି
2/ସମଲେଶ୍ୱରୀ ମନ୍ଦିର ପାଇଁ -200କୋଟି
3/କଟକ ଚଣ୍ଡୀ ମନ୍ଦିର ପାଇଁ -70କୋଟି
4/କେନ୍ଦୁଝର ମାଆ ତାରିଣୀ ମନ୍ଦିର ପାଇଁ -40କୋଟି
5/ଭଦ୍ରକ ଆଖଣ୍ଡଳମଣି ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟରେ -92କୋଟି, ପୁଣି ଦ୍ଵିତୀୟ ପର୍ଯ୍ୟାୟରେ -42କୋଟି
6/ସାରଳା ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟରେ 42କୋଟି ଏବଂ ଏପରି ଅନ୍ୟାନ୍ୟ ବହୁ ମଠ ମନ୍ଦିର ପାଇଁ ଶହ ଶହ କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଆମ ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀଙ୍କ ମନ୍ଦିର ପାଇଁ କେବଳ 8.99କୋଟି ଟଙ୍କା ଅନୁଦାନ ଦେଇ ରାଜ୍ୟ ବିଜେଡି ସରକାର ମୟୁରଭଞ୍ଜ ବାସୀଙ୍କୁ ତାଛଲ୍ୟ କରୁଛନ୍ତି ବୋଲି ହୃଦୟଙ୍ଗମ ହେଉଛି ଆଉ ଏହାକୁ ଦେଖି ମଧ୍ୟ ଚୁପ ଚାପ ରହୁଛି ମୟୁରଭଞ୍ଜ ର ପ୍ରମୁଖ ବିରୋଧୀ ବିଜେପି ଦଳ ଏବଂ ଅନ୍ୟାନ୍ୟ ପାର୍ଟି |

ଏବାବଦରେ ପୁନର୍ବିଚାର କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ ଯୋଗେ ଅବଗତ କରିଛନ୍ତି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଏବଂ ଯଦି ତାପରେ ଭି ରାଜ୍ୟ ବିଜେଡି ସରକାର ଏବାବଦରେ ସଠିକ ପଦକ୍ଷେପ ନନେବେ ତେବେ ଭଞ୍ଜସେନା ପକ୍ଷରୁ ସମଗ୍ର ମୟୁରଭଞ୍ଜରେ ଜୋରଦାର ଆନ୍ଦୋଳନ ହେବ ଆବଶ୍ୟକ ପଡିଲେ “ମୟୁରଭଞ୍ଜ ବନ୍ଦ” କରିବାକୁ ମଧ୍ୟ ପଛାଇବ ନାହିଁ ସଂଗଠନ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |