Onn 3

ସରକାରୀ ବାସଭବନରେ ବିଧାୟକ ଝିଆରୀଙ୍କ ଆତ୍ମହତ୍ୟା; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

Crime State

ଭୁବନେଶ୍ୱର:ଓଡ଼ିଶା ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳନଗରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରୁ ତାଙ୍କ ଶବ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀ ରାଇରଙ୍ଗପୁର   ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ ବୋଲି ଜଣାଯାଇଛି । ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ୨ ଆର୍ଟସ ପଢୁଥିଲେ । ଖାରବେଳ ନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ସରକାରୀ ବାସଭବନରେ ଗତ ଏକ ବର୍ଷ ହେବ ସେ ତାଙ୍କ ଭାଇଙ୍କ ସହ ରହୁଥିଲେ ।

ଶନିବାର ରାତିରେ ଛାତ୍ରୀ ଜଣକ ତାଙ୍କ ପଢାପଢି ସାରି ଶୋଇବାକୁ ଯାଇଥିଲେ । ହେଲେ ସୋମବାର ସକାଳୁ ତାଙ୍କ କବାଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲି ନ ଥିଲା । ତାଙ୍କ କବାଟ ବାଡେଇଥିଲେ ମଧ୍ୟ ଭିତରୁ କିଛି ପ୍ରତ୍ୟୁତ୍ତର ଆସି ନ ଥିଲା । ପରିବାର ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଟିମ ପହଞ୍ଚିବା ପରେ କବାଟ ଭଙ୍ଗା ଯାଇଥିଲା ।

ଦେଖିବାକୁ ମିଳିଥିଲା, ଛାତ୍ରୀଜଣକ ନିଜ ଦୋପଟ୍ଟା ବେକରେ ବାନ୍ଧି ଫ୍ୟାନରେ ଝୁଲି ପଡିଛନ୍ତି । ପୋଲିସ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ନେଇ ଶବ ବ୍ୟବଚ୍ଛେଦ କରିଥିଲା ।

ତେବେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ, ଆତ୍ମହତ୍ୟା ପଛର କାରଣ କ’ଣ ତାହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ । ପୋଲିସ ପରିବାର ଲୋକଙ୍କୁ ଜେରା କରୁଛି । ତାଙ୍କର ମୋବାଇଲ ଫୋନକୁ ପାେଲିସ ଜବତ କରି ପଚରାଉଚରା କରୁଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ବିବରଣୀ ଜଣାପଡିବ ।