Onn 3

ଭିଜିଲାନ୍ସ କୋର୍ଟରେ ଖାନୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ନିର୍ଦ୍ଧୋଶରେ ଖଲାସ

State

ବାରିପଦା: ପ୍ରାପ୍ତ ତଥ୍ୟ ଅନୁଯାୟୀ ଖାନୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚଗୀତାରାଣି ସିଂ ଏକ ଶ୍ମଶାନ ଗୃହର ବିଲ ପାସ କରିବା ପାଇଁ ଅଭିଯୋଗକାରୀ ଖାନୁଆ ଗ୍ରାମର କରୁଣାକର ସିଂ ଙ୍କ ଠାରୁ ୧୭-୪-୨୦୧୮ ମସିହାରେ ସରପଞ୍ଚ ନିଜ ଘରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ରଙ୍ଗେ ହାତରେ ଧରା ପଡିଥିଲେ । ଏ ବାବଦରେ ଭିଜିଲାନ୍ସ କେସ ନମ୍ବର ୯/୧୮ ରେ ଏକ ମାମଲା ରୁଜୁ ହୋଇଥିଲା ।

ଆଜି ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ପେଶାଲ ଜଜ୍ ଡଃ ପ୍ରସନ୍ନ କୁମାର ପଣ୍ଡା ଅଭିଯୁକ୍ତ ଗୀତାରାଣି ସିଂ ଙ୍କୁ ନିର୍ଦ୍ଧୋଶରେ ଖଲାସ କରିବା ପାଇଁ ଆଦେଶନାମା ଜାରିକରିଛନ୍ତି । ଅଭିଯୁକ୍ତ ଙ୍କ ପକ୍ଷରୁ ବାରିପଦାର ଆଇନଜିବୀ କୈଳାସ ଚନ୍ଦ୍ର ସ ମାମଲା ପରିଚାଳନା କରୁଥିଲେ ।