ବନମାଳୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାଜ୍ୟ
ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୯ ନମ୍ବର ୱାର୍ଡ ଷ୍ଠିତ ବଳରାମପୁର ସ୍ଥିତ ବନମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ଦିଗବିଜୟ ହାଁସଦା, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ସି ଆର ସି ସି ଧନଞ୍ଜୟ ସାହୁ, ପି ସି ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ମୁଣ୍ଢରିପାଳର ସହକାରୀ ଶିକ୍ଷକ ଗୌତମ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାନନମୟୀ ମହାନ୍ତି ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବସ୍ୱିନୀ ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଇଥିବା ଇପ୍ସିତା ଦାସ, ସୁଭାଶିଷ ନାୟକ ଓ ସୁଭଦ୍ରା ପାତ୍ରଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କନକଳତା ମହାରଣା ଓ ଅନ୍ୟ ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I  ଶିକ୍ଷୟତ୍ରୀ ମଧୁମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I
Shrutilipi ad