ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ ।
ଆର୍. ଉଦୟଗିରି TDCCOL(Tribal Development Cooperative Corporation)ର ପୂର୍ବତନ ଜିଏମ୍ ରୋହିତ ପରିଡ଼ା ରବିବାର ବସ୍ରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଛି । ତାଙ୍କ ପାଖରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ଟଙ୍କା ସେ କେଉଁଠୁ ଆଣିଲେ ? କୁଆଡେ ନେଇ ଯାଉଥିଲେ ? ସେ ନେଇ ଭିଜିଲାନ୍ସ ତାଙ୍କୁ ଜେରା କରୁଛି । ଏଥସହିତ ରୋହିତଙ୍କ ଭୁବନେଶ୍ୱର, ପୁରୀ, କେନ୍ଦୁଝର ଘରେ ରେଡ୍ କରୁଛି ଭିଜିଲାନ୍ସ ।
ସୂଚନାଥାଉ କି, ଅବସର ପରେ ଏବେ ଠିକା ଆଧାରରେ କାର୍ଯ୍ୟରତ ଅଛନ୍ତି ରୋହିତ । ସେ ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ।