Img 20241004 Wa0310

ରାଜ୍ୟ ସ୍ତରୀୟ ସାହାଣୀ କପ – ୨୦୨୪, ୮ମ ଦିନ – କଟକକୁ ହରାଇ ମୟୁରଭଞ୍ଜ ଫାଇନାଲରେ

State

ବାରିପଦା: ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୮ମ ଦିନରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ମୟୁରଭଞ୍ଜ ପେନାଲଟି ଜରିଆରେ ୫-୩ ଗୋଲରେ କଟକକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I କଟକର ବିକାଶ ସାହୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ଅମର ସେଠୀ ତାଙ୍କ ପିତାମାତାଙ୍କ ସ୍ମୃତିରେ ୪ ହଜାର ଟଙ୍କା ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା I ସହଦେଵ ମୁଚେନ, ଲକ୍ଷ୍ମଣ ସେଠ, ବିପୁଳ ବିଦ୍ୟାଧର ଓ ଜୀତେନ୍ଦ୍ର ପାତ୍ର ଖେଳ ପରିଚାଳନା କରିଥିବା ବେଳେ ଦୁର୍ଗା ମାଧବ ନାଏକ ଓ ସୁଭଦ୍ରା ହେମ୍ବ୍ରମ ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଫାଓ ଉପ ସଭାପତି ଅସିତ ପତି , ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ପୂର୍ବତନ ଉପ ସଭାପତି ଗିରିଶ ଚନ୍ଦ୍ର ଦାସ, ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ଓ ପାର୍ଥ ସାରଥୀ ସ୍ୱାଇଁ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ପେନାଲଟିରେ ଗୋଲ କରିଥିବା ୮ ଜଣ ଖେଳାଳିଙ୍କୁ ମଧ୍ୟ ଅର୍ଥ ରାଶି ପ୍ରଦାନ କରାଯାଇଥିଲା I ଏହି ଅବସରରେ ମୟୁରଭଞ୍ଜର ପୂର୍ବତନ କ୍ରୀଡ଼ାବିତ ଯଦୁନାଥ ମାଝୀ, ବିଜୟ କୁମାର ଦାସ (ମଣ୍ଟୁ ଦା), ଅମୁଲ୍ୟ କୁମାର ମିଶ୍ର ଓ ନନ୍ଦଲାଲ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା I ଆସନ୍ତା ୬ ତାରିଖ ଦିନ ଅପରାହ୍ନ ୩ ଟା ରେ ମୟୁରଭଞ୍ଜ ଓ ବରଗଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସୂତ୍ରରୁ ପ୍ରକାଶ l ଅର୍ଜୁନ ହେମ୍ବ୍ରମ ଧାରା ବିବରଣୀ ପ୍ରଦାନ କରିଥିଲେ I