Onn 3

ବରାଜିଆଣୀ ଗାଁ ରାସ୍ତା କାଦୁଅ ପଚ ପଚ

State

ବାରିପଦା: ଗ୍ରାମ ସ୍ଵରାଜ୍ୟ ପ୍ରଗତିରେ ଗମନାଗମନ ଭୂମିକା ଅନନ୍ୟ । କିନ୍ତ ପଞ୍ଚାୟତ,ଅଛି,ବ୍ଳକ ଅଛି,ବିଧାୟକ ଅଛନ୍ତି । ସ୍ବାଧୀନତା ୭୬ ଵର୍ଷ ଅତିକ୍ରାନ୍ତ ହେଲାଣି ହେଲେ ଗାଁ ରାସ୍ତା ଗାଁ ମାନଙ୍କରେ ୪୦ ଭାଗ ରାସ୍ତା ସେମିତି ଅଧାପନ୍ତରିଆ ପଡି ରହିଛି ।ଚଲାଚଲି ଗମନାଗମନ ପାଇଁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ।ଦୁର୍ଗମ ଅଂଚଳରେ ଗାଁ ଗଣ୍ଡା ରାସ୍ତା କଥା ନ କହିଲେ ଚଳିବ !ରାସ୍ତା ଠିକ୍ ଠାକ୍ ନଥିବା ଯୋଗୁଁ ଗର୍ଭବତୀ ମହିଳାମାନଙ୍କୁ ଲୋକେଖଟିଆରେ କିମି ପରେ କିମି ଧରି ବୋହିକି ନେଉଛନ୍ତି ।ଗାଁ ଲୋକେ ସରପଞ୍ଚ ,ବ୍ଳକ ଅଧ୍ୟକ୍ଷ ପ୍ରଶାସନକୁ ଶୁଣାଇଲେ ମଧ୍ୟ ସୁଫଳ ପାଉ ନାହାନ୍ତି ।

ବିଜାତଳା ବ୍ଲକର ବଣକାଟି ପଞ୍ଚାୟତର ବରାଜିଆଣୀ ଗାଁ ରାସ୍ତା ନ କହିଲେ ସରେ l ଏହି ଗାଁ ହେଉଛି ସାନ୍ତାଳୀ ସଂଗୀତ ଜଗତର ଜଣାଶୁଣା କଣ୍ଠ ଶିଳ୍ପୀ ସ୍ବର୍ଗତ ବସେନ ମୁର୍ମୁଙ୍କ ପୈତୃକ ଗାଁ l ମାତ୍ର ଆଦିବାସୀ ବହୁଳ ଏହି ଗାଁଟି ଏବେ ମଧ୍ୟ ବିକାଶଠାରୁ ଅନେକ ଦୂରରେ ରହିଅଛି l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ବରାଜିଆଣି ଗ୍ରାମର ଜାହେର ଟୋଲାରେ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି l ତୁରନ୍ତ ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l