Onn 3

ଚନ୍ଦନପୁର ଜିପି ର ଆସନଶୀଳା ଗ୍ରାମରେ କଂଗ୍ରେସ ର ବୈଠକ

State

ବାରିପଦା: ମୟୁରଭଞ୍ଜ କଂଗ୍ରେସ ର ଟାଣୁଆ ନେତା ବାଦଲ ହେମ୍ବ୍ରମଙ୍କ ନେତୃତ୍ୱ ରେ ଅଖିଳ ଭାରତୀୟ କଂଗ୍ରେସ ରାଷ୍ଟ୍ରୀୟ ଅଧକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଆହ୍ୱାନରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓବିସି ବିଭାଗ ଓ ବିହାର ପ୍ରଭାରୀ ତଥା ଏଲ. ଡି. ଏମ ରାଷ୍ଟ୍ରୀୟ ସଂଯୋଜକ ରାଜକିଶୋର ବାରିକ ଓ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ମୟୁରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀର ଚନ୍ଦନପୁର ଗ୍ରାମପଂଚାୟତ ର ଅସନଶିଳା ଗ୍ରାମରେ ଏକ ସାଙ୍ଗଠନିକ ବୈଠକ ରାଜ୍ୟ ମିଡ଼ିଆ ସଂଯୋଜକ ଏଲ. ଡି. ଏମ ( ଓବିସି ବିଭାଗ ) ସୁକୁମାର ରଞ୍ଜନ ପ୍ରଧାନ ଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ବୈଠକ ଆଗାମୀ ନିର୍ବାଚନ ୨୪ ପାଇଁ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ ଓ ମଜବୁତ କରିବାକୁ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କିପରି ଜିତିବ ସେବିଷୟରେ ସବିଶେଷ ଆଲୋଚନା କରାଯାଇଛି l ସେହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ସେହି ଗ୍ରାମର ମଙ୍ଗଲ ମାରାଣ୍ଡି, ଋଷିକ ମାରାଣ୍ଡି, ଲେପା ହେମ୍ବ୍ରମ, ସମୟ ମାରାଣ୍ଡି,ରଘୁନାଥ ହେମ୍ବ୍ରମ,ଉପେନ ମାରାଣ୍ଡି ସମେତ ବହୁତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ l