Onn 3

ରାସଗୋବିନ୍ଦପୁର ବ୍ଲକର ମାଜଣା ଡିହ ଗ୍ରାମ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ମିଶ୍ରଣ ପର୍ବ

State

ବାରିପଦା: ମୋରଡା ନିର୍ବାଚନ ମଣ୍ଡଳୀ ର ରାସଗୋବିନ୍ଦପୁର ବ୍ଲକର ମାଜଣା ଡିହ ଗ୍ରାମ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ମିଶ୍ରଣ ପର୍ବ ପାଳନ ହୋଇଛି ମୋରଡା ନିର୍ବାଚନ ମଣ୍ଡଳୀ ରାସଗୋବିନ୍ଦପୁର ବ୍ଲକର ଯୁବ ସଭାପତି ଯୁବ ସମ୍ପାଦକ, ରାଜ୍ୟ ଉପସଭାପତି ଦିଲ୍ଲୀପ ଦାସ ଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ।

ଏବଂ ଆଗାମୀ ୨୦୨୪ ନିର୍ବାଚନ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ତାର କଳ,ବଳ ପ୍ରୟୋଗ କରିବାକୁ ପଛାଇବ ନାହିଁ ବୋଲି ରାଜ୍ୟ ଉପସଭାପତି ଦିଲ୍ଲୀପ ଦାସ ସଭା ରେ କର୍ମୀ କୁ ଜଣାଇଛନ୍ତି। ଆଜି ରାସଗୋବିନ୍ଦପୁର ବ୍ଲକର ଶତାବ୍ଦୀ କ ଯୁବକ , ମହିଳା,ଦିଲ୍ଲୀପ ଦାସ ଙ୍କ ନେତୃତ୍ବରେ ଯୋଗ ଦେଲେ, ଆଗକୁ ମୋରଡା,ସୁଳିଆପଦା, ବ୍ଳକ ରେ ମିଶ୍ରଣ ପର୍ବ ହବାକୁ ଯାଉଛି, ସେଥିରେ ମଧ୍ୟ ବହୁ ସଂଖ୍ୟାରେ ବିଜେଡି, ବିଜେପି ଛାଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଦିଲ୍ଲୀପ ଦାସ ଜଣାଇଛନ୍ତି !