Onn 3

ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

State

ବାରିପଦା: ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ମାସେ ରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ଳକ ତଥା ବହଳଦା, କୁସୁମି ,ଜାମଦା ବିଜାତଳା ବ୍ଳକରେ ସହକାରୀ ପ୍ରାଣୀ ଚିକିତ୍ସାକ ପଦବୀ ଖାଲି ପଡିଥିଲା । ରାଜ୍ୟ ସରକାର ନିକଟରେ ବହୁ ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦେବା ଫଳରେ ଏହି ୪ ଟି ବ୍ଳକ କୁସୁମି ବ୍ଳକର ବାଦାମପାହାଡ଼ରେ ଡଃ ଜନ୍ମେଜୟ ପଣ୍ଡା,ବହଳଦା ବ୍ଳକରେ ଡଃ ପ୍ରଭାସିନୀ ନାୟକ,,ଜାମଦା ବ୍ଳକରେ ଡଃ ପୂଣ୍ଯପ୍ରଭା ଜେନା ଏବଂ ବିଜାତଳା ବ୍ଳକରେ ଡଃ ପ୍ରଭାରଂଜନ ଜେନା ପ୍ରମୁଖ ଯୋଗ ଦାନ କରିଛନ୍ତି ।

ସେମାନେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରାମ ମୋହନ ରାୟଙ୍କୁ ସାକ୍ଷାତ କରିଛନ୍ତି । ଡ଼ଃ ରାମ ମୋହନ ରାୟ ସେମାନଙ୍କୁ ନିଷ୍ଠାର ସହ ଦାୟିତ୍ଵ ତୁଲାଇବା ସହ ଲୋକଙ୍କ ସମସ୍ୟାକୁ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ ।ତଦସହ ଵାମନଘାଟୀ ଉପଖଣ୍ଡରେ ପଶୁଧନର ବିକାଶ ପାଇଁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ । ପଶୁଧନ ବିକାଶ ହେଲେ ଲୋକଙ୍କର ଆର୍ଥିକ ବିକାଶ ହେବ ବୋଲି କହିଥିଲେ ।