Onn 3

ତିରିଂ ଥାନା: ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବର ର ସଂପର୍କୀୟ ମାମୁଁଙ୍କ ମୃତ୍ୟୁ

Crime State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଡୋଭା ଗ୍ରାମର ଜନୈକ ଯୁବକ ତିରିଂ ଥାନା ଅନ୍ତର୍ଗତ ବଡନାରାୟଣିପୁର ପଞ୍ଚାୟତର ନାରଗି ଵସ୍ତିକୁ ଶନିବାର ଦିନ ରାତିରେ ବାହାଘରକୁ ଯାଇଥିଲେ । ବରଯାତ୍ରୀ ଗାଁ ମଝିରେ ଯାଉଥିବା ସମୟରେ ରାତି ୧୦ ଟା ପାଖାପାଖି ସମୟରେ ବାହାଘରକୁ ଯାଇଥିବା ଵରର ସଂପର୍କୀୟ ମାମୁଁ ବାଲିଆ ହେମ୍ବ୍ରମ (୪୦) ସହ ବରଯାତ୍ରୀ ଲାଙ୍ଗୁରା ହାଁସଦା ଙ୍କ ଗଣ୍ଡଗୋଳ ଓ ମାରପିଟ୍ ହେବା ଫଳରେ ଘଟଣାସ୍ଥଳରେ ବାଲିଆ ର ମୃତ୍ୟୁ ହୋଇଥିଲା ।

ତିରିଂ ଥାନାଧିକାରୀ ଭାସ୍କର ପ୍ରଧାନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲେ । ଉଭୟଙ୍କ ଘର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପାତେପାଣି ଗ୍ରାମ । ମୃତକ ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ରବିବାର ଦିନ ପୋଲିସ ହତ୍ୟା ମାମଲା କେଶ ନମ୍ବର ୯୪/୨୩ ରୁଜୁ କରିବାସହ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ତଦସହ ଆସାମୀ ଲାଙ୍ଗୁରା ହାଁସଦା ଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।