Onn 3

ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୨ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା( ୧୫/୭) :  ମୟୁରଭଞ ଜିଲା ବାରିପଦା ଟାଉନ ଥାନା ଶୁନଗଡିଆ ଅଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ଏକ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ରାଇରଙ୍ଗପୁର ଗ୍ରମାଞ୍ଚଳ ଥାନା ଅନ୍ତର୍ଗତ ନିରଞନ ଗ୍ରାମର ଗୁରୁପ୍ରସାଦ ମୁର୍ମୁ ଏଲିଏସ ରାକେଶ (୩୧) କୁ କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୬ ଅଫ ପୋକ୍ସୋ ଆକ୍ଟ ଅନୁଯାୟୀ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନେଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେହିପରି ଉଭୟ ଦଫା ୩୬୩ ଓ ଦଫା ୩୬୬ ଅନୁଯାୟୀ ଅନୁଯାୟୀ ଏକ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବାପାଇଁ ରାୟରେ ଉଲେଖ କରାଯାଇଅଛି । ପିଡୀତା ମା ଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ସିଏ ଜଣେ ବିଧବା ସ୍ତ୍ରୀ ଅଟନ୍ତି । ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ସହିତ ସିଏ ଶୁନଗଡିଆ ଅଞ୍ଚଳରେ ବସବାସ କରନ୍ତି । ତାଙ୍କର ଦେହ ଖରାପ ଯୋଗୁଁ ସିଏ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ । ତାଙ୍କ ଝିଅ ତାଙ୍କୁ ଦେଖା କରିବାପାଇଁ ଡାକ୍ତରଖାନାକୁ ଯିବା ଆସିବା କରୁଥାଆନ୍ତି । ଅଭିଯୁକ୍ତ ଗୁରୁପ୍ରସାଦ ମୁର୍ମୁ ର ମଧ୍ୟ ଡାକ୍ତରଖାନାରେ ତାର ଜଣେ ସାଙ୍କ ର ଦେହ ଖରାପ ଥିବାରୁ ସେହି ଓାର୍ଡରେ ସିଏ ଚିକିତ୍ସିତ ହେଉଥାଆନ୍ତି । ତାଙ୍କୁ ଦେଖା କରିବାପାଇଁ ଗୁୁରପ୍ରସାଦ ମଧ୍ୟ ଡାକ୍ତରଖାନାକୁ ଯିବା ଆସିବା କରୁଥାଏ । ଏହି ସମୟ ମଧ୍ୟରେ ତାର ଉକ୍ତ ଝିଅ ସହିତ ଭଲପାଇବାର ସମ୍ପର୍କ ଗଢିଉଠିଥିଲା । ଗତ ୫-୩-୨୦୧୫ ରିଖ ଦିନ ଅପରାହ୍ନ ପାଖାପାଖି ୩ ଟା ସମୟରେ ସମସ୍ତେ ଘରେ ଶୋଇଥିବା ସମୟରେ ତାଙ୍କ ଝିଅ କୁ ଗୁରୁପ୍ରସାଦ ଘରୁ ଆସି ନେଇପଳାଇଥିଲା । ପରେ ପରିବାରବର୍ଗ ଅନେକ ଖୋଜା ଖୋଜି କରିଥିଲେ । ମାତ୍ର ଝିଅର କୈାଣସି ସନ୍ଧାନ ପାଇପାରିନଥିଲେ । ଶେଷରେ ପିଡୀତା ର ମା ବାରିପଦା ଟାଉନଥାନାରେ ଏ ସମ୍ବନ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ମୁତାବକ ବାରିପଦା ଟଉନ ଥାନାରେ କେସ ନମ୍ବର ୭୬/୬-୩-୨୦୧୫ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ୮-୩-୨୦୧୫ ରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ଉକ୍ତ ଦିନ ପାଖରୁ ଗିରଫ ହୋଇ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଥିବାବେଳେ ୯-୭-୨୦୨୦ ରିଖ ରେ ଜାମିନରେ ମୁକୁଳିଥିଲା । ପୁଣି ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୪ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି ।ଏଥି ସହିତ ପିଡୀତା କୁ କ୍ଷତିପୂରଣ ବାବଦରେ ଦୁଇ ଲକ୍ଷ ଟଙ୍କା ପୈଠ କରିବା ପାଇଁ ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ଆଦେଶନାମା ଜାରିକରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।