Onn 3

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ

State

ଭୁବନେଶ୍ୱର: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ତାଲିକା ପ୍ରକାଶ ପାଇଥିବାବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି | କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବାବେଳେ ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ ଅଫ ଆଗରେ ରହିଛି |

କଳାରେ ବାଲେଶ୍ୱରର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛନ୍ତି | ପୁରୀ ଏସସିଏସରେ ରସାୟନ ବିଜ୍ଞାନ(୯୪.୫୦ ପ୍ରତିଶତ), ଗଣିତ(୯୪ ପ୍ରତିଶତ), ଉଦ୍ଭିଦ ବିଜ୍ଞାନ(୯୫.୬୦ ପ୍ରତିଶତ), ଏମପିସି ବାରିପଦାରେ ଜୀବ ବିଜ୍ଞାନ(୯୪.୮୩ ପ୍ରତିଶତ) ରହିଛି | ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ(୯୧.୮୩ ପ୍ରତିଶତ) ରହିଛି |