Onn 3

ପୋଲିସ-ମାଓବାଦୀ ଗୁଳିବନିମୟ, ଜଣେ ଯବାନ ସହିଦ

Crime State

 

IMAGE_1702806670

ମାଲକାନଗିର : ମାଓବାଦୀଙ୍କ ଗୁଳିରେ CRPF ASI ସହିଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦ କ୍ୟାମ୍ପରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ CRPF ର ଜଣେ ASI ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି।ଗୁରୁତର ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ଜଙ୍ଗଲରେ ରବିବାର ସକାଳେ ଜାଗରକୋଣ୍ଡା ସିଆରପିଏଫ କ୍ୟାମ୍ପର ଯବାନ ମାନେ CRPF କ୍ୟାମ୍ପରୁ ସାପ୍ତାହିକ ହାଟକୁ ଯିବାବେଳେ ମାଓବାଦୀମାନେ ଆମ୍ବୁସ ବିଛାଇବସିଥିବା ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ମାଓ ଗୁଳିରେ ସିଆରପିଏଫର ଏସଆଇ ସହିଦ ହୋଇଥିଲେ। ସହିଦ ସିଆରପିଏଫ ଯବାନ ହେଲେ ସୁଧାକର ରେଡ୍ଡୀ। ନିୟମିତ କୁମ୍ବିଂ ଅପରେସନରେ ଯବାନମାନେ ବାହାରିଥିବା ବେଳେ ଏଭଳି ଅଘଟଣଘଟିଥିଲା। ତେବେ ଯବାନମାନେ ୪ ସନ୍ଦିଗ୍ଧ ମାଓବାଦୀଙ୍କୁ କାବୁ କରିଥିଲେ ।