Onn 3

ନବ ଦାସଙ୍କୁ ହତ୍ୟା କରବା ପାଇଁ ସମଲେଇଙ୍କ ପାଖେ ଶପଥ ନେଇଥିଲା ଗୋପାଳ ଦାସ

Crime State

ଭୁବନେଶ୍ୱର:  ନବ ଦାସ ହତ୍ୟା ମାମଲା ଚାର୍ଜସିଟରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାରେ ୫୦୦  ପୃଷ୍ଠାର ଚାର୍ଜସିଟ୍‌ ଦାଖଲ  କୋର୍ଟରେ ଦାଖଲ କରିଛି  କ୍ରାଇମବ୍ରାଞ୍ଚ  । ଏହି ଚାର୍ଜସିଟରେ ବେଶ  ଗପ ଶୁଣାଇଛି ।  ନବଙ୍କୁ ହତ୍ୟା ପାଇଁ ଗାେପାଳ ଦାସ ଶପଥ ନେଇଥିଲା । ସମଲେଇଙ୍କ ପୀଠରେ ଶପଥ ନେଇଥିଲା । ଏଥିପାଇଁ କୁଆଡେ ଲଣ୍ଡା ହୋଇଥିଲା । କ୍ରାଇମବ୍ରାଞ୍ଚ କାହାଣୀକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ନବ ଦାସ ହତ୍ୟା ମାମଲା ।

କ୍ରାଇମବ୍ରାଞ୍ଚ ଲେଖିଛି,   ନିର୍ବାଚନ ବେଳେ କୁଆଡେ  ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ି ଯାଞ୍ଚ ପାଇଁ ଗୋପାଳ ଅଟକାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ଗାଡ଼ି ଯାଞ୍ଚ ନ କରି ଫେରି ଆସିଥିଲା ଗୋପାଳ । ଫେରି ଆସିଥିଲା ସିନା, ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ଵ ଓ ସମର୍ଥକଙ୍କ ଧମକ ପରେ କୁଆଡେ ଡରିଯାଇଥିଲା ଗୋପାଳ । ତାଙ୍କ ଜୀବନ ପ୍ରତି ବିପଦ ଥିବା ସବୁବେଳେ ଆଶଙ୍କା କରୁଥିଲା । ତେଣୁ ମରିବା ପୂର୍ବରୁ ମାରିବାର ଶପଥ ନେଇଥିଲା ଗୋପାଳ ।

ଲଣ୍ଡା ହୋଇ ଶପଥ ନେଇଥିଲା ନବଙ୍କୁ ହତ୍ୟା କରିବ ବୋଲି । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ସେଠାରେ ଶପଥ ନେଇଥିଲା ଗୋପାଳ । ଏହାପରେ ତାଙ୍କୁ ହତ୍ୟା ପାଇଁ ବାରମ୍ବାର ପ୍ରୟାସ କରି ବି ବିଫଳ ହୋଇଥିଲା ।

ଏହା ପୂର୍ବରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ କୁଆଡେ ଯୋଜନା କରିଥିଲା । ହେଲେ ସେଥିରେ ବିଫଳ ହୋଇଥିଲା । ତା‘ ପରଠାରୁ ସେ ସବୁବେଳେ ନିଜ ପିସ୍ତଲରେ ଗୁଳି ଲୋଡ କରି ରଖୁ୍‌ଥିଲା । କ୍ରାଇମବ୍ରାଞ୍ଚର ଏହି କାହାଣୀକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।