Onn 3

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ

State

କଟକ: ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧ ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୧ର ପ୍ରଥମ ୬ ମାସରେ ୪୨ ହଜାର ୨୭୮ଟି ମାମଲା ରୁଜୁ ହୋଇଥିବାବେଳେ ୩୯ ହଜାର ୨୫୯ଟି ମାମଲାର ଫଏସଲା କରିଥିଲେ ଅଦାଲତ ।ମାମଲା ଫଏସଲା ହାର ଥିଲା ୯୨.୮୫ ପ୍ରତିଶତ । ୨୦୨୨ର ପ୍ରଥମ ୬ମାସରେ ୫୩ ହଜାର ୧୫୫ ମାମଲା ଦାଏର ହୋଇଥିବାବେଳେ ପୁରୁଣା ବର୍ଷର ମାମଲା ମିଶାଇ ୫୯ ହଜାର ୮୫୦ଟି ମାମଲାର ଫଏସଲା କରାଯାଇଥିଲା । ଚଳିତବର୍ଷର ପ୍ରଥମ ୬ ମାସରେ ୪୯ ହଜାର ୬୩୫ ମାମଲା ରୁଜୁ ହୋଇଥିଲା ।

ଏହି ୬ ମାସରେ ୬୨ ହଜାର ୮୬୯ ମାମଲର ଫଏସଲା କରାଯାଇଛି । ମାମଲା ଫଏସଲାର ହାର ଗତବର୍ଷ ଅପେକ୍ଷା ୫.୦୪ ପ୍ରତିଶତ ବୃଦ୍ଧି ପାଇ ୧୨୬.୬୬ ପ୍ରତିଶତରେ ପହଞ୍ଚିଛି । ସେହିଭଳି ୨୦୨୧ରେ ୩୪୧ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ୨୦୨୨ରେ ୯୮୨ ଓ ଚଳିତବର୍ଷ ପ୍ରଥମ ୬ ମାସରେ ୧୩୬୮ଟି ମାମଲାର ରାୟ ପ୍ରକାଶ ପାଇଛି ।

ରାଜ୍ୟର ନିମ୍ନ ଅଦାଲତରେ ମଧ୍ୟ ମାମଲା ଫଏସଲା ହାର ବୃଦ୍ଧି ପାଉଛି । ନୂଆ ଅଦାଲତ ପ୍ରତିଷ୍ଠା, ଟ୍ରାଏଲ କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ମାମଲାର ଉପଯୁକ୍ତ ବଣ୍ଟନ, ନ୍ୟାୟିକ ସମସ୍ୟ ନଷ୍ଟ ପ୍ରସଙ୍ଗରେ ହ୍ରାସର କାରଣ ପାଇଁ ସଫଳତା ମିଳିଛି ।