Onn 3

ଟମାଟୋ ଅଭାବ ଯୋଗୁଁ ବଢିଲା ଟମାଟୋ ପ୍ୟୁରି ଓ ସସ୍ ଚାହିଦା, କେତେକ ସହରରେ ଷ୍ଟକ୍ ନାହିଁ

National & International

ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିବାରୁ ଟମାଟୋଦର ବୃଦ୍ଧି ଯୋଗୁଁ ଏଥିରୁ ଉତ୍ପାଦିତ ଦ୍ରବ୍ୟ (ଟମୋଟୋ ପ୍ୟୁରି, ସସ୍, ପେଷ୍ଟ ଇତ୍ୟାଦି) ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଏହା ଫଳରେ ଦେଶର କେତେକ ସହରରେ ତଥା ଅନଲାଇନ ଷ୍ଟୋରଗୁଡ଼ିକରେ ଟମାଟୋ ପ୍ୟୁରିର ଅଭାବ ଦେଖାଦେଇଛି । ବିଗ୍ ବାସ୍କେଟ୍, ସ୍ୱିଗି ଇନଷ୍ଟାଗ୍ରାମ, ବ୍ଲିଙ୍କିଟ୍ ଭଳି ଅନଲାଇନ୍ ଗ୍ରୋସରୀ ପ୍ଲାଟଫର୍ମରେ ସେମାନଙ୍କ ଚାହିଦା ବହୁଗୁଣିତ ହୋଇଛି ଓ କେତେକେ କ୍ଷେତ୍ରରେ ଆଉଟ-ଅଫ ଷ୍ଟକ ହୋଇଯାଇଛି ।
ଅଫଲାଇନ ଷ୍ଟୋର ଏବଂ ଖୁଚୁରା ବ୍ୟବସାୟୀଙ୍କ ମଧ୍ୟରେ ଟମାଟୋ ପୟୁରିର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଅନେକ ସ୍ଥାନରେ ଷ୍ଟକ୍ ମଧ୍ୟ ସରିଯାଉଛି । ଅନ୍ୟପକ୍ଷରେ ଉତ୍ପାଦନକାରୀ କମ୍ପାନିଗୁଡ଼ିକ ମଧ୍ୟ ଏହାର ଉତ୍ପାଦନ ବଢ଼ାଉଛନ୍ତି। ତେବେ ଟମାଟୋ ଦର ବୃଦ୍ଧି ର ପ୍ରଭାବ ଟମାଟୋ ଉତ୍ପାଦ ଦର ଉପରେ ମଧ୍ୟ ପଡିବ ବୋଲି ଅନୁମାନ କରାଯାଉଛି ।
ଶୁଦ୍ଧ ଓ ଫ୍ରୋଜେନ ପନିପରିବା କ୍ଷେତ୍ରରେ ଅଗ୍ରଣୀ ମଦର ଡେୟାରୀ ଗତ ଦୁଇ ସପ୍ତାହ ମଧ୍ୟରେ ଏହାର ଉତ୍ପାଦର ଚାହିଦାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସେହିପରି ଫ୍ରୋଜେନ୍ ପନିପରିବା ଚାହିଦା ୫୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି କିସାନ ବି ନିଜର ଉତ୍ପାଦନ ବଢାଇଛି । କିନ୍ତୁ ଦେଶରେ ଟମାଟୋ ଅଭାବ ଜାରି ରହିଥିବାରୁ ଆଗକୁ ଏସବୁ ପ୍ରଡକ୍ଟର ମୂଲ୍ୟ ବି ବଢିବାର ସମ୍ଭାବନା ରହିଛି ।