Onn 3

ଆଠମଲ୍ଲିକ ଷ୍ଟାଡିଅମରେ 5T ସଚିବ, ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

State

ଅନୁଗୁଳ: ୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ । ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହିକ୍ରମରେ ଆଠମଲ୍ଲିକ ଷ୍ଟାଡିଅମରେ ପହଞ୍ଚିଥିଲେ ୫ଟି ସଚିବ। ସେଠାରେ ଉପସ୍ଥିତ ଜନତା ଓ ମିଶନ ଶକ୍ତି ମାଆ ମାନେ ହୁଳହୁଳି ସହ ତାଙ୍କୁ ସ୍ୱାଗତ କରିଥିଲେ। ଲୋକଙ୍କ ଠାରୁ ଅଭିଯୋଗ ଓ ଦାବିପତ୍ର ଗ୍ରହଣ କରି ଅଞ୍ଚଳର ସମସ୍ୟା ଗୁଡିକର ସମାଧାନର ଆଶା ଦେଖାଇଛନ୍ତି ୫ଟି ସଚିବ। ସେ ନିଜେ ଲୋକଙ୍କ ପାଖକୁ ଯାଇ ସମସ୍ତଙ୍କ ସହ ହାତ ମିଳାଇଥିଲେ। ଏଥି ସହ କିଛି ଭିନ୍ନକ୍ଷମ ମାନଙ୍କୁ ମଞ୍ଚ ତଳେ ବି ସେ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକଙ୍କ ଦାବି ସମ୍ପର୍କରେ ଜଣାଇ ପଦକ୍ଷେପ ନେବା ନେଇ ସେ ସମସ୍ତଙ୍କୁ ଅବଗତ କରିଛନ୍ତି। ସମସ୍ତଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ନମସ୍କାର ଆପଣ ମାନେ ବହୁତ ଖରାରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛନ୍ତି।

ଚାଷୀ ସମସ୍ୟା ତୁରନ୍ତ ସମଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଉନ୍ନତି ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି ଆଜିଠାରୁ ୭ ଦିନ ଅର୍ଥାତ ଜୁଲାଇ ୧୮ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସିର ଖବର ପାଇବେ। ଅନୁରୋଧ, ଭଲ କାମ କରିବେ। ମୁଖ୍ୟମନ୍ତ୍ରୀ ଯେଉଁ ଟଙ୍କା ଅନୁମୋଦନ କରିବେ ତାହା ଆପଣ ମାନଙ୍କ ଟଙ୍କା । ତାକୁ ଭଲ ଓ ସ୍ୱଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ନିଜ ଘର କାମ ଭାବି କାମ କରନ୍ତୁ। ଏହା ପ୍ରଥମ କିସ୍ତି ଅର୍ଥ। ଭଲ କାମ କଲେ ଆହୁରି ଅଧିକ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ପ୍ରଶାସନ ପ୍ରତି ପିଟିସନକୁ ପଢନ୍ତୁ। ବ୍ଲକ ଓ ଜିଲ୍ଲା ସ୍ତରରେ ଯାହା ସମସ୍ୟା ତାକୁ ସମଧାନ କରିବାକୁ ୫ଟି ସଚିବ କହିଛନ୍ତି । ପିଇବା ପାଣି ସମସ୍ୟା ୪୮ ରୁ ୭୨ ଘଣ୍ଟା ଭିତରେ ସମାଧାନ ହେବ ବୋଲି 5T ସଚିବ ଭିକେ ପାଣ୍ଡିଆନ୍ କହିଛନ୍ତି।

ମା’ ମାନଙ୍କ ଉନ୍ନତି ହେଲେ ଘରକୁ ରୋଜଗାର ଆସିବ। ଅନୁଗୁଳ ଜିଲ୍ଲାରେ ମାଆ ମାନେ 2.90 ଲକ୍ଷ ଋଣ ପାଉଛନ୍ତି। ତେଣୁ ପାଞ୍ଚ ଲକ୍ଷ ଋଣ ପାଇବାକୁ ଆହୁରି କାମ କରନ୍ତୁ। ଆପଣଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ସମାଧାନ କରିବେ। BSKY କାର୍ଡ ଉପକାରିତା ସମ୍ପର୍କରେ ବି ସେ କହିଥିଲେ। ଯାହା ପାଖରେ BSKY କାର୍ଡ ନାହିଁ ତାଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରୁଛନ୍ତି। ରୋଗୀ ଆସିଲେ ଯେପରି ଭଲ ହସ୍ପିଟାଲରେ ଚିକିତ୍ସା ପାଇବେ ଗରିବ ସେଥିପାଇଁ ଏହି କାର୍ଡ ଜରିଆରେ ଗରିବଙ୍କୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ତ୍ରିରଙ୍ଗା ସିଲେଇ କାମ କରିବାର ଦାୟିତ୍ୱ ଅନ୍ୟ ରାଜ୍ୟରେ ଠିକାଦାର ମାନଙ୍କୁ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ମିଶନ ଶକ୍ତି ମାଆ ମାନଙ୍କୁ ଦାୟିତ୍ୱ ଦେଇ ରୋଜଗାର ମାଧ୍ୟମ ଦେଇଥିଲେ। ସବୁ କାମରେ ମୁଖ୍ୟମନ୍ତ୍ରୀ ଦେଖନ୍ତି କିପରି ମାଆ ମାନେ ଦୁଇ ପଇସା ରୋଜଗାର କରି ପାରିବେ।