Photo For The News Of Waterproject

ବସୁଧା ଯୋଜନାର ସଫଳ ରୂପାୟନକୁ ନେଇ ବିଭାଗୀୟ ତତ୍ପରତା

State

ଟାଙ୍କି ଗଢା,ଘରତୋଳା ଓ ବିଦ୍ୟୁତ୍ ସଂଯୋଗରେ ବ୍ୟସ୍ତ ବିଭାଗ

ଆଗରପଡ଼ା :ଚଳିତ ବର୍ଷ ସୁଦ୍ଧା ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଏହାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥ୍‌ôଲା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ । ବନ୍ତ ବ୍ଲକର ୨୫ ଟି ପଂଚାୟତର ବିଭିନ୍ନ ଗ୍ରାମରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି ଏବଂ ହେଉଛି ମଧ୍ୟ । ନିର୍ମାଣ ସରିଥିବା ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ଆରମ୍ଭରୁ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଥିଲା । କେବଳ ପାଇପ ବିଛା,ଟାଙ୍ଗି ଗଢା ଓ ଘରତୋଳାରେ ସୀମିତ ରହି ଯାଇଥିଲା ପ୍ରକଳ୍ପ । ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ଗ୍ରାମାଂଚଳ ରେ ପାନୀୟ ଜଳ ଯୋଗାଇ ଦେବା ଉଦେଶ୍ୟରେ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ଫେଲ ମାରିବାକୁ ବସିଥିଲା । କାଦବରାଙ୍ଗ,ବଡ଼ବର୍ଚ୍ଚିକୟାଁ ,ଓଡ଼ଙ୍ଗ,ଚାରିଗାଁ ,ବିଟିପୁର,ବଡ଼ମହିଁଷଗୋଠ,ମହାନ୍ତିପଡା଼ ଏହିପରି ବିଭିନ୍ନ ପଂଚାୟତରେ ବସୁଧା ଯୋଜନାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଆସିପାରୁନଥିବାର ଅଭିଯୋଗ ହେବା ପରେ ଏହାର ମରମତି କାର୍ଯ୍ୟ ବିଭାଗ ତରଫରୁ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଅଧପନ୍ତରିଆ ଅବସ୍ଥାରେ ଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ସେହିପରି ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡ଼ିକରେ ବିଦ୍ୟୁତ୍ ସଂଯୋଗୀକରଣ କରାଯାଉଥିବା ଦେଖିବାକୁ ମିଳୁଛି । ଗୋଟେ ଗୋଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟ୧୩୫.୯୫ ଲକ୍ଷ ଅଟକଳ ମୂଲ୍ୟରେ ନିର୍ମିତ ହୋଇଥିବାବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରୁ ପ୍ରକଳ୍ପର ସଫଳ ରୂପାୟନ ହେବା ପରିବର୍ତ୍ତେ ଅର୍ଥ ଚଳୁ ହେଇଯାଉଥିବା ଅଭିଯୋଗ ହୋଇଆସୁଥିଲା । ତତ୍‌ସହିତ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପାଇପ୍ ଫାଟି ପାଣି ବୋହିବା ସହ ବହୁ ଜାଗାରେ ପାଣି ପହଂଚି ପାରୁନଥିବା ଅଭିଯୋଗ ମଧ୍ୟ ହେଉଥିଲା । ଏହିସବୁ କାରଣରୁ ଅଂଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇବା ନେଇ ସନ୍ଧିହାନ ହୋଇପଡ଼ିବା ସହ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ପ୍ରହସନରେ ପରିଣତ ନକରି ନିର୍ମିତ ପ୍ରକଳ୍ପ ଗୁଡ଼ିକର ପୁନଃ ତଦାରଖ କରିବା ଏବଂ ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଠିକ ଭାବେ କରିବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଯୋଜନାର ସଫଳ ରୂପାୟନ କରିବାକୁ ଚେଷ୍ଟିତ ହେବାକୁ ଗ୍ରାମବାସୀମାନଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଥିଲା । ତେଣୁ ବିଭାଗୀୟ ତତ୍ପରତା ବସୁଧା ଯୋଜନାର କିପରି ସଫଳ ରୂପାୟନ କରିପାରୁଛି ତାହା ସମୟ କହିବ ।