Onn 3

ଉଇକିପିଡିଆରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିଲା କ୍ରିକେଟ ଖେଳାଳୀ ହେଲେ ବିରାଟ କୋହଲି

National & International sports

ନୂଆଦିଲ୍ଲୀ: ବିଶ୍ବର ସମସ୍ତ କ୍ରିକେଟରଙ୍କୁ ପଛରେ ପକାଇ ପୁଣି ନିଜ ନାରେ ଆଉ ଏକ ରେକର୍ଡ ସାମିଲ କଲେ ବିରାଟ କୋହଲି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା କମିନାହିଁ। ‌ସୋସିଆଲ ମିଡିଆରେ ଏବେ ବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଥିବା ସହ ଲୋକେ ତାଙ୍କ ବିଷୟରେ ଜାଣିବା ପାଇଁ ଉଇକିପିଡିଆରେ ସର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଭଲ ପ୍ରଦର୍ଶନ ନକରି ବି ଉଇକିପିଡ଼ିଆ ପୃଷ୍ଠାରେ କୋହଲି ବାକି ଖେଳାଳିଙ୍କୁ ବହୁ ପଛରେ ପକାଇଛନ୍ତି।
ବିଶ୍ୱ କ୍ରିକେଟର ଅନ୍ୟ ଖେଳାଳିଙ୍କ ତୁଳନାରେ ବିରାଟ କୋହଲିଙ୍କ ଉଇକିପିଡ଼ିଆ ପୃଷ୍ଠା ସର୍ବାଧିକ ଖୋଜା ଯାଇଥିବା ପୃଷ୍ଠା ହୋଇପାରିଛି। କୋହଲି ବର୍ତ୍ତମାନ ଭାରତୀୟ ଦଳ ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି। ଭାରତ ଡୋମିନିକାର ୱିଣ୍ଡସର୍ ପାର୍କରେ ଜୁଲାଇ ୧୨ରୁ ୨ଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ବିରାଟ ନିଜ ନାରେ ଏହି ରେକର୍ଡ ସାମିଲ କରିବା ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି।
ତେବେ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ରେ ଦ୍ବିତୀୟ ଥର ଉପବିଜେତା ହେବା ପରେ ଭାରତ ପରବର୍ତ୍ତୀ ଡବ୍ଲୁଟିସି ଚକ୍ର (୨୦୨୩-୨୫) ପାଇଁ ୧୨ ତାରିଖରୁ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଦିନିକିଆ ବିଶ୍ବକପ୍‌ ଯୋଗ୍ୟତାରୁ ୱେଷ୍ଟଇଣ୍ଡିଜ୍‌ ବାଦ୍‌ ପଡ଼ିବା ପରେ ଟେଷ୍ଟ ମ୍ୟାଚ୍‌ ମାଧ୍ୟମରେ ପୁରୁଣା ଯଶ ଫେରିପାଇବାକୁ ଏହି ଦଳ ଲକ୍ଷ୍ୟ ରଖିବ। ଗୋଟିଏ ସମୟରେ ବିଶ୍ବ କ୍ରିକେଟ୍‌ର ସବୁଠୁ ଶକ୍ତିଶାଳୀ ଦଳର ଆଖ୍ୟା ପାଇଥିବା ୱେଷ୍ଟଇଣ୍ଡିଜ୍‌ ଦଳରେ ଆଉ ପୂର୍ବଭଳି ଚମକ ନାହିଁ। କିନ୍ତୁ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ। କେବଳ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଡବ୍ଲୁଟିସି ଫାଇନାଲ୍‌ର ଶୋଚନୀୟ ପରାଜୟକୁ ଭୁଲି ଭାରତୀୟ ଦଳ ଏକ ନୂଆ ଆରମ୍ଭ ପାଇଁ ଲକ୍ଷ୍ୟ ରଖିଛି।