Onn 3

ଅଗଷ୍ଟ ୧୩ରେ ଭଙ୍ଗହେବ ପାକିସ୍ତାନ ନାସ୍‌ନାଲ୍ ଆସେମ୍ବ୍ଲି

National & International

ଇସ୍‌ଲାମାବାଦ: ପାକିସ୍ତାନ ନାସ୍‌ନାଲ୍ ଆସେମ୍ବ୍ଲି ଅଗଷ୍ଟ ୧୩ ତାରିଖରେ ଭଙ୍ଗହେବ । ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜିର ତରାର୍ ଏହି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ସେ କହିଛନ୍ତି । ତରାର୍ କହିଛନ୍ତି ନୂଆ ନିର୍ବାଚନ ଆକ୍ଟ ପରେ ପିଏମ୍‌ଏଲ୍‌-ଏନ୍ ପ୍ରମୁଖଙ୍କ ଉପରେ ଲାଗୁ ବ୍ୟାନ୍ ହଟିଯାଇଛି । ଏବେ ସେ ଏବଂ ପାକିସ୍ତାନର ସୁଗାର ମାଫିଆ ଜାହାଙ୍ଗୀର ଖାନ୍ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ । ପାକିସ୍ତାନର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ଏରୀ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତକାରରେ ତରାର୍ କହିଛନ୍ତି, ପାକିସ୍ତାନ ସଂସଦର କାର୍ଯ୍ୟକାଳ ଅଗଷ୍ଟରେ ଶେଷ ହୋଇଯିବ ।

ଏହାପରେ ଏକ କେୟାର୍ ଟେକର୍ ସେଟ୍‌ଅପ୍ ଗଠନ କରାଯିବ, ଯାହା ଫଳରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସଂସଦର କାର୍ଯ୍ୟକ୍ରମ ଜାରି ରଖାଯାଇପାରିବ । ତେବେ ଦେଶର ରାଜନୈତିକ ସ୍ଥିତିକୁ ଦେଖିଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନାସ୍‌ନାଲ୍ ଆସେମ୍ବ୍ଲିକ ଭଙ୍ଗ କରାଯିବା ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ । ପାକ୍ ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ନୂଆ ଆଇନ ଅନୁସାରେ କାହାରିକୁ ଆଜୀବନ ଅଯୋଗ୍ୟ କରାଯାଇ ପାରିବ ନାହିଁ । ଏବେ ଏହାର ଅଧିକତମ ଅବଧି ୫ ବର୍ଷ ହେବ । ସେହିପରି ପାକିସ୍ତାନ ସଂସଦ ବ୍ୟତୀତ କେହି ଆଇନ ପରିବର୍ତ୍ତନ କରିପାରିବେ ନାହଁ । ଏହା ସହିତ ଦେଶରେ ମେଣ୍ଟ ସରକାର ନିଜ ସହଯୋଗୀଙ୍କ ସହ ବିନା ଆଲୋଚନାରେ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ।