Onn 3

ସିସୋଦିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ୫୨.୨୪ କୋଟି ସମ୍ପତ୍ତି ଆଟାଚ୍‌

National & International

ନୂଆଦିଲ୍ଲ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ଏହି ମାମଲାରେ ଅଭିଯୁକ୍ତ ମନୀଷ ସିସୋଦିଆ, ଅମନଦୀପ ସିଂହ ଢଲ, ରାଜେଶ ଜୋଶୀ, ଗୌତମ ମାଲହୋତ୍ରା ଏବଂ ଅନ୍ୟମାନଙ୍କ ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ।

ଆଟାଚ୍ ସମ୍ପତ୍ତି ମଧ୍ୟରେ ୭.୨୯ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ସାମିଲ । ଏହା ମଧ୍ୟରେ ମନୀଷ ସିସୋଦିଆଙ୍କ ଦୁଇଟି ସ୍ଥାବର ସମ୍ପତ୍ତି, ରାଜେଶ ଜୋଶୀଙ୍କ ଚାରିୟଟ୍ ପ୍ରଡକ୍ସନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଜମି, ଫ୍ଲାଟ୍ ଏବଂ ଗୌତମ ମାଲହୋତ୍ରାଙ୍କ ଜମି ଓ ଫ୍ଲାଟ୍ ସାମିଲ । ସେହିପରି ଆଟାଚ୍ ଅସ୍ଥାବର ସମ୍ପତ୍ତି ମଧ୍ୟରେ ସିସୋଦିଆଙ୍କ ୧୧.୪୯ ଲକ୍ଷ ଟଙ୍କା, ବ୍ରିଣ୍ଡ୍‌କୋ ସେଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ବ୍ୟାଙ୍କ ବାଲାନ୍ସ ସହିତ ୪୪.୨୯ କୋଟି ଟଙ୍କା ସାମିଲ । ଇଡି ଜବତ କରିଥିବା ସିସୋଦିଆଙ୍କ ସ୍ଥାବର ସମ୍ପତ୍ତି ମଧ୍ୟରେ ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଥିବା ଫ୍ଲାଟ୍ ଏବଂ ମୟୂରବିହାର ଫ୍ଲାଟ୍ ସାମିଲ । ସେହିପରି ଏଜେନ୍ସି ସିସୋଦିଆଙ୍କ ୧୧.୫ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଆକାଉଣ୍ଟ୍ ମଧ୍ୟ ଆଚାଟ୍ କରିଛି ।