Onn 3

ମାନହାନି ମାମଲା: ବିସିସିକୁ ନୂଆ ସମନ ଜାରି

National & International

ନୂଆଦିଲ୍ଲୀ, ୨୦୦୨ ଦଙ୍ଗା ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ସମ୍ପର୍କିତ ମାନହାନି ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଟ ବିବିସିକୁ ନୂଆ ସମନ ଜାରି କରିଛନ୍ତି । କୋର୍ଟ ଆଇନ ମନ୍ତ୍ରଣାଳୟ ଜରିଆରେ ବିସିସିକୁ ଏହି ସମନ ପଠାଇଛନ୍ତି । ଏହା ପୂର୍ବରୁ ମେ’ ୩ ତାରିଖରେ ରୋହିଣୀ କୋର୍ଟ ବିସିସିକୁ ସମନ ପଠାଇଥିଲେ ।

ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ ତାରିଖରେ ହେବ । ସମନ ଜାରିକରି କୋର୍ଟ କହିଛନ୍ତି, ବିସିସି ଏକ ବିଦେଶୀ ସଂସ୍ଥା ହୋଇଥିବାରୁ ଆଇନ ମନ୍ତ୍ରଣାଳୟ ଜରିଆରେ ଏହି ନୂଆ ସମନ ପଠାଯାଇଛି । ମାନହାନି ମାମଲାରେ ବିଜେପି ନେତା ବିନୟ କୁମାର ସିଂହ ରୋହିଣୀ କୋର୍ଟରେ ପିଟିସନ୍ ଦାୟର କରିଥିଲେ । ସେ ପିଟିସନ୍‌ରେ ଦର୍ଶାଇଥିଲେ ଏହି ଡକ୍ୟୁମେଣ୍ଟାରୀ ଯୋଗୁଁ ଆର୍‌ଏସ୍‌ଏସ୍ ଏବଂ ବିଶ୍ୱହିନ୍ଦୁ ପରିଷଦର ମାନହାନି ହୋଇଛି । ଏହା ଦ୍ୱାରା ଆର୍‌ଏସ୍‌ଏସ୍ ଏବଂ ଭିଏଚ୍‌ପିକୁ ବଦନାମ କରାଯାଇଛି ବୋଲି ସେ କହିଥିଲେ ।