Onn 3

ଆମେରିକୀୟ ଡ୍ରୋନ୍‌ର ରାସ୍ତା ରୋକିଲା ରୁଷୀୟ ଜେଟ୍

National & International

ଦାମାସ୍କସ: ସିରିୟାରେ ରୁଷର ତିନିଟି ଫାଇଟର୍ ଜେଟ୍ ବୁଧବାର ଆମେରିକାର ତିନିଟି ଏମ୍‌କ୍ୟୁ-୯ ଡ୍ରୋନ୍‌ର ରାସ୍ତା ରୋକିଛନ୍ତି । ଆମେରିକୀୟ ବାୟୁସେନା ଅନୁସାରେ ଡ୍ରୋନ୍ ଆଗରେ ରୁଷ୍‌ର ସୁଖୋଇ-୩୫ ଫାଇଟର୍ ଜେଟ୍ ପାରାଶୁଟ୍‌ରୁ ଫ୍ଲେୟର୍ସ ମାଡ଼ କରିବା ଫଳରେ ଡ୍ରୋନ୍‌ର ଫ୍ରଣ୍ଟ୍ ଭ୍ୟୁ ବ୍ଲକ୍ ହୋଇଯାଇଥିଲା । ଏହାପରେ ଡ୍ରୋନ୍‌ଗୁଡ଼ିକୁ ରାସ୍ତା ପରିବର୍ତ୍ତନ କରିବାକୁ ପଡ଼ିଥିଲା । ଆମେରିକୀୟ ବାୟୁସେନା ଅନୁସାରେ ଏହି ଡ୍ରୋନ୍‌ଗୁଡ଼ିକ ସିରିୟାରେ ଆଇଏସ୍‌ଆଇଏସ୍ ଠିକଣା ଉପରେ ନଜର ରଖିଆସୁଥିଲେ । ଲେଫ୍ଟନାଣ୍ଟ୍ ଜେନେରାଲ୍ ଆଲେକ୍ସ ଗ୍ରୀନ୍‌କେଭିଚ୍ ରୁଷର ଏହି କାର୍ଯ୍ୟକୁ ଦାୟିତ୍ୱହୀନ ଏବଂ ଅସୁରକ୍ଷିତ କହିଛନ୍ତି ।

ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ଘଟଣାର ଏକ ଭିଡିଓ ମଧ୍ୟ ରିଲିଜ୍ କରିଛି । ଏହାକୁ ଡ୍ରୋନ୍ ଭିତରୁ ରେକର୍ଡ କରାଯାଇଛି । ରୁଷ ଫାଇଟର୍ ଜେଟ୍ ଏମ୍‌କ୍ୟୁ-୯ ଡ୍ରୋନ୍‌ର ଅତି ନିକଟରେ ଉଡ଼ୁଥିବା ଏଥିରେ ଦେଖିବାକୁ ମିଳୁଛି । ଏହି ଅବସରରେ ଏକ ଫାଇଟର୍ ଜେଟ୍ ଡ୍ରୋନ୍‌ର ଠିକ୍ ଆଗକୁ ଆସି ନିଜ ଆଫ୍ଟର୍‌ବର୍ନର୍‌କୁ ଆକ୍ଟିଭ୍ କରିଦେବାରୁ ଏହାର ଗତି ଏବଂ ଚାପ ବୃଦ୍ଧି ପାଇଥିଲା । ଫଳରେ ଅପରେଟର୍‌ଙ୍କୁ ଡ୍ରୋନ୍ ଉଡ଼ାଇବାରେ ବହୁ ଅସୁବିଧା ହୋଇଥିଲା । ଗ୍ରୀନ୍‌କେଭିଚ୍ ସିରିୟାରେ ଏପରି ଦାୟିତ୍ୱହୀନତାକୁ ବନ୍ଦ କରିବା ପାଇଁ ରୁଷକୁ ଅନୁରୋଧ କରିବା ସହିତ ଆଇଏସ୍‌ଆଇଏସ୍‌କୁ ହରାଇବା ମିଶନ୍ ନିମନ୍ତେ ରୁଷ୍ ବାୟୁସେନା ଭବିଷ୍ୟତରେ ଅନ୍ତର୍ଜାତୀୟ ମାନଦଣ୍ଡର ପାଳନ କରିବ ବୋଲି ଆଶାପ୍ରକାଶ କରିଛନ୍ତି ।