Onn 3

୬୭ ହଜାର ଯାତ୍ରୀଙ୍କ ଅମରନାଥ ଗୁମ୍ଫା ଦର୍ଶନ

National & International

ଶ୍ରୀନଗର: ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାର ପ୍ରଥମ ପାଞ୍ଚଦିନରେ ମୋଟ ୬୭,୫୬୬ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ କରିଛନ୍ତି । ବୁଧବାର ବାଲଟାଲ୍ ଏବଂ ନୁନ୍‌ଓ୍‌ବାନ୍ ବେସ୍ କ୍ୟାମ୍ପ୍‌ରୁ ୧୮,୩୫୪ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଥିଲେ ।

ଏହା ମଧ୍ୟରେ ୧୨,୪୮୩ ପୁରୁଷ ଏବଂ ୫,୧୪୭ ମହିଳା, ୪୫୭ ଶିଶୁ, ୨୬୬ ସାଧୁ ଏବଂ ଦୁଇଜଣ ସାଧ୍ୱୀ ସାମିଲ । ସେହିପରି ଗୁରୁବାର ୬ ହଜାର ଯାତ୍ରୀଙ୍କ ସହିତ ଷଷ୍ଠ ଟିମ୍ ଦୁଇ ବେସ୍ କ୍ୟାମ୍ପ୍‌ରୁ ବାହାରିଛନ୍ତି । ୬୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶ୍ରୀ ଅମରନାଥ ଯାତ୍ରା ଅଗଷ୍ଟ ୩୧ ତାରିଖ ରକ୍ଷାବନ୍ଧନ ଦିନ ଛଡ଼ି ମୁବାରକ ସହିତ ସମାପ୍ତ ହେବ ।