Onn 3

ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି

State

ଭଦ୍ରକ: ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୪ ଶିଶୁଙ୍କ ସହ ୬ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରୁ ଏମିତି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁର ଲଷ୍ମୀପ୍ରିୟା ଓ କନକଲତାଙ୍କ ପରିବାରର ଲୋକେ ଛତୁ ଆଣି ରୋଷେଇ କରିଥିଲେ । ଛତୁ ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି । ୪ ଶିଶୁଙ୍କ ସମେତ ଦୁଇ ମହିଳା ମଧ୍ୟ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।