Onn 3

ଇ-ସାଇକେଲ ୪ଟଙ୍କାର ଚାର୍ଜରେ ଯିବ ୧୦୦ କିମି; ଚଢ଼ି ପାରିବ ପାହାଡ଼

National & International

ନୂଆଦିଲ୍ଲୀ:ଦେଶରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରି ଏକ ଇଲେକ୍ଟ୍ରିକ୍ ସାଇକେଲ୍ ଭୋଲ୍ଟ୍ରନ୍ ମୋଟର୍ସ ଦ୍ୱାରା ଆରମ୍ଭ କରାଯାଇଛି। ଯାହାର ସମ୍ପୂର୍ଣ୍ଣ ଚାର୍ଜ ପାଇଁ ମାତ୍ର ୪ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ଦେଶରେ ତିଆରି ହେଉଥିବା ଅନ୍ୟ ଇଲେକ୍ଟ୍ରିକ୍ ସାଇକେଲ ଗୁଡିକ ଗୋଟିଏ ଚାର୍ଜରେ ମାତ୍ର ୨୪ ରୁ ୪୫ କିମି ଯାଉଥିବାବେଳେ ଏହି ସାଇକେଲ ଗୋଟିଏ ଚାର୍ଜରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଆଉ ଏହି ଇଲେକ୍ଟ୍ରିକ୍ ସାଇକେଲରେ ପାହାଡ ଚଢିବା ମଧ୍ୟ ସହଜ ହୋଇପାରିବ।
ଭୋଲ୍ଟ୍ରନ୍ ମୋଟର୍ସର ଏହି ଇଲେକ୍ଟ୍ରିକ୍ ସାଇକେଲର ଦୁଇଟି ମଡେଲ୍, VM 50 ଓ VM 100 ଲଞ୍ଚ କରିଛି। ଏହି ସାଇକେଲର ମୂଲ୍ୟ ମାତ୍ର ୩୫ ହଜାର ଟଙ୍କା। ଭୋଲ୍ଟ୍ରନ୍ ମୋଟର୍ସର ପତିଷ୍ଠାତା ପ୍ରଶାନ୍ତ କୁମାର କହିଛନ୍ତି ଯେ, ସ୍କୁଲ ଯାଉଥିବା ପିଲା ଓ ସେଲସ ମ୍ୟାନମାନଙ୍କୁ ନଜରରେ ରଖି ଏହି ଇଲେକ୍ଟ୍ରିକ୍ ସାଇକେଲ ତିଆରି କରାଯାଇଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୫ ​​କିଲୋମିଟର। ଏହି ସାଇକେଲକୁ ଚାର୍ଜ ହେବାକୁ ମାତ୍ର ତିନି ଘଣ୍ଟା ସମୟ ଲାଗିଥାଏ । ଏହାକୁ ଯେକୌଣସି ଇଲେକ୍ଟ୍ରିକ ସକେଟରେ ମଧ୍ୟ ଚାର୍ଜ କରାଯାଇପାରିବ।
ସ୍କୁଟର କିମ୍ବା ମୋଟର ସାଇକେଲ ଦ୍ୱାରା ୧୦୦ କିଲୋମିଟର ଯାତ୍ରା କରିବା ପାଇଁ ପ୍ରାୟ ୩ ଲିଟର ପେଟ୍ରୋଲ ବ୍ୟବହାର କରିବାକୁ ପଡିଥାଏ କିନ୍ତୁ ଭୋଲ୍ଟ୍ରନ୍ ମୋଟର୍ସର ଏହି ଇଲେକ୍ଟ୍ରିକ୍ ସାଇକେଲରେ ମାତ୍ର ଚାରି ଟଙ୍କା ଖର୍ଚ୍ଚ ହୋଇଥାଏ। ରାତି ସମୟରେ ଗାଡି ଚଳାଇବାକୁ ମଧ୍ୟ ଏଥିରେ କୌଣସି ଅସୁବିଧା ହେବ ନାହିଁ କାରଣ ଏଥିରେ ଆଗ ପଛରେ ଦୁଇଟି ଲାଇଟ ଲାଗିଛି । ଯାହାଦ୍ୱାରା ପଛରେ ଆସୁଥିବା ଗାଡିକୁ ଜଣାପଡିବ ଯେ ଆଗରେ ଆଉ ଏକ ଗାଡି ଅଛି।