Onn 3

ନାଟ୍ୟକାର ସ୍ବର୍ଗତ ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ୩ ଦିନିଆ ନାଟକ ମହୋତ୍ସବ

Religion and Cult State

ବାରିପଦାସ୍ଥାନୀୟ ସହିଦ ଭବନ ପରିସରରେ କୁମାର୍ସ କ୍ଲବ ଆନୁକୂଲ୍ୟରେ ଓ ରୂପାନ୍ତରର ସହାୟତାରେ ସୁନାମଧନ୍ୟ ନାଟ୍ୟକାର ସ୍ବର୍ଗତ ପ୍ରମୋଦ ତ୍ରିପାଠୀଙ୍କ ସ୍ମୃତିରେ ତିନି ଦିନିଆ ନାଟକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ଚଳିତ ମାସ ୭ ତାରିଖ ସନ୍ଧ୍ୟାରେ ବାରିପଦାର ରୂପାନ୍ତର ଅନୁଷ୍ଠାନ ମଞ୍ଚସ୍ଥ କରିବ ନାଟକ “ସ୍ମୃତି ବିସ୍ମୃତି” I ଏହି ନାଟକର ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ନିର୍ଦ୍ଦେଶକ ପରେଶ ସାହୁ I ୮ ତାରିଖରେ ସୁଶାନ୍ତ କୁମାର ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “କଳାମଲ୍ଲୀ “ମଞ୍ଚସ୍ଥ କରିବେ ବାଲେଶ୍ୱରର କଳାକାର ଅନୁଷ୍ଠାନ I

୯ ତାରିଖ ସନ୍ଧ୍ୟାରେ ଡ଼ଃ ପ୍ରଦୀପ ଭୌମିକଙ୍କ ରଚିତ ତଥା ଅର୍ଣ୍ଣବ କରଙ୍କ ନିର୍ଦ୍ଦେଶିତ ନାଟକ “ବିଷକୁମ୍ଭ” ମଞ୍ଚସ୍ଥ କରିବେ ବାଲେଶ୍ୱରର ଶୋଭା ଅନୁଷ୍ଠାନ I ଏହି ଅବସରରେ ଏକ ପୂଜ୍ୟପୂଜା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ନାଟକ ମହୋତ୍ସବର ଅଧ୍ୟକ୍ଷ ବିରେନ୍ଦ୍ର ନାଥ ସାହୁ ଜଣାଇଛନ୍ତି I ବହୁ ସଂଖ୍ୟାରେ ଉପସ୍ଥିତ ରହି ନାଟକ ଗୁଡିକୁ ଉପଭୋଗ କରିବା ସହ ନାଟ୍ୟକାର ସ୍ବର୍ଗତ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ କୁମାର୍ସ କ୍ଲବର ସଭାପତି ଜ୍ଞାନେନ୍ଦ୍ର ପ୍ରସାଦ ଦାଶ ଓ ସମ୍ପାଦକ ସପନ କୁମାର ପଣ୍ଡା ଅନୁରୋଧ କରିଛନ୍ତି I