Onn 3

ଦୁଇଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ

State

ବଲାଙ୍ଗିର : ବଲାଙ୍ଗିର ଲୋୟର ସୁକତେଲର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଗତବର୍ଷ ଡ୍ୟାମରେ ପାଣି ଅଟକାଯାଇଥିଲା । ଆଜି ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଇଛି । କେନାଲ ଦ୍ୱାର ଦେଇ ମୁଖ୍ୟ ଦ୍ୱାରର ତଳ ପଟେ ଥିବା ଦୁଇଟି ଗେଟ୍ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଇଛି ।

ଏହା ପୂର୍ବରୁ ବିଭାଗ ପକ୍ଷରୁ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦେଇ ସୁକତେଲ ନଦୀ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କ କରାଯାଇଥିଲା । ଡ୍ୟାମର ତାଳମୁଣ୍ଡରେ ଥିବା ଲୋକଙ୍କୁ ସତର୍କ କରିବା ପରେ ଅସ୍ଥାୟୀ ଡ୍ୟାମରୁ ଜଳ ନିଷ୍କାସନ କରାଯାଇଛି ।