Onn 3

ସମାନ ନାଗରିକ ସଂହିତା ପାଇଁ ଆସିଲା ୧୯ ଲକ୍ଷ ମତାମତ, ସଂସଦୀୟ ସମିତି ବୈଠକରେ କଂଗ୍ରେସର ଆପତ୍ତି

National & International

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ସଂସଦୀୟ କମିଟି (ୟୁସିସି)ର ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୯ ଲକ୍ଷ ଲୋକ ଏ ସଂକ୍ରାନ୍ତରେ କମିଟି ନିକଟରେ ନିଜର ମତାମତ ଓ ପରାମର୍ଶ ପଠାଇଛନ୍ତି। ବୈଠକରେ କିଛି ସଦସ୍ୟ ସରକାର ତରବରିଆ ଭାବେ ସରକାର ଏହାକୁ ଆଣିଥିବା ଅଭିଯୋଗ କରିଥିଲେ। କମିଟିର କିଛି ସଦସ୍ୟ କହିଛନ୍ତି ଯେ କେବଳ ଗୋଟିଏ ପ୍ରକାରର ଆଇନ କରାଯିବା ଉଚିତ ନୁହେଁ। ଏହା ସମାଜର ପ୍ରତ୍ୟେକ ଧର୍ମ, ଜାତି, ସମ୍ପ୍ରଦାୟ ସହ ଜଡ଼ିତ ପ୍ରସଙ୍ଗ। ତେଣୁ ଏହାକୁ ଧ୍ୟାନରେ ରଖିବା ଜରୁରୀ । ଏହି ପ୍ରସଙ୍ଗରେ କମିଟି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି କିମ୍ବା ଆଦେଶ ଦେଉନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ ୟୁସିସି ଉପରେ ଆଲୋଚନା ମାଧ୍ୟମରେ କ’ଣ କରାଯାଇପାରିବ ତାହା ଜାଣିବାକୁ ପ୍ରୟାସ କରାଯାଉଛି ।
ଶିଖ୍ ସମ୍ପ୍ରଦାୟ ବିଷୟରେ ଉଲ୍ଲେଖ କରି ଜଣେ ସଦସ୍ୟ କହିଛନ୍ତି ଯେ ୟୁନିଫର୍ମ ସିଭିଲ କୋଡ୍ ଶିଖ ମାନଙ୍କ ବିବାହ ପାଇଁ ଉଦ୍ଦିଷ୍ଟ ଆନନ୍ଦ ବିବାହ ଆଇନକୁ ମଧ୍ୟ ପ୍ରଭାବିତ କରିବ। ବୈଠକରେ ଶିବସେନା, ବିଏସପି ଓ ଟିଆରଏସ ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରିଥିଲେ । ନୂଆ ବ୍ୟବସ୍ଥାରେ ଆଦିବାସୀ ସମ୍ପ୍ରଦାୟ ଯେପରି ପ୍ରଭାବିତ ନ ହେବେ ସେଥିପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସଂସଦୀୟ ସ୍ଥାୟୀ କମିଟି (ଆଇନ ଓ ନ୍ୟାୟ) ବୈଠକରେ କଂଗ୍ରେସ ନେତା ବିବେକ ତନଖା କେତେକ ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇଥିଲେ। ସେ କହିଛନ୍ତି ଯେ ଆଇନ ଆୟୋଗ ନିଜେ ସ୍ୱୀକାର କରିଛନ୍ତି ଯେ ଏହା ଜରୁରୀ ନୁହେଁ, ତେବେ ଆଇନ କମିଶନଙ୍କୁ ଶୁଣିବାର ଲାଭ କ’ଣ?