ଗବେଷଣାରେ ଉଭୟ ରୋଗୀ ଏବଂ ଡାକ୍ତରଙ୍କୁ ସତର୍କତା କରାଯାଇଛି । ଭାରତରେ ୬୦ ପ୍ରତିଶତ ପ୍ରତିରୋଧ କ୍ଷମତା ଥିଲେ ମଧ୍ୟ ଡାକ୍ତର ଆଂଟିବାୟୋଟିକ ବ୍ୟବହାର କରିବା ପାଇଁ ଲେଖି ଦେଇଥାନ୍ତି । ଯାହାକି ଗ୍ରହଣୀୟ ନୁହେଁ । ବିଦେଶରେ ୧୦ରୁ ୨୦ ପ୍ରତିଶତ ପ୍ରତିରୋଧ କ୍ଷମତା ରହିଲେ ରୋଗୀଙ୍କୁ ଏହା ପ୍ରଦାନ କରାଯାଇଥାଏ । ଔଷଧ ଦୋକାନରୁ ମନଇଚ୍ଛା କିଣି କରି ଖାଇବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।