Onn 3

ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଲେ ମହିଳା, ସାନ ଝିଅ ଓ ସାନ ପୁଅ ମୃତ

Crime State

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି। ୩ ପୁଅ ଓ ଝିଅକୁ ଫିଙ୍ଗି ନିଜେ କୂଅକୁ ଡେଇଁପଡିଲା ମାଆ। ଗଞ୍ଜାମ ଶେରଗଡ଼ ବ୍ଲକ ଲାଉଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ହେଲେ ସୌଭାଗ୍ୟ ବଶତଃ ମାଆ ରଶ୍ମିତା ଗୌଡ଼ ଓ ବଡ଼ ଝିଅ ରକ୍ଷା ପାଇଯାଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସାନ ଝିଅ ଓ ସାନ ପୁଅକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।