Onn 3

ଚୌକିରେ ବସିଥିବା ବୟସ୍କା କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା: ତଦନ୍ତ ଆରମ୍ଭ କଲେ ଡିଏସଡବ୍ଲୁଓ

Crime State

ଉମରକୋଟ: ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓ ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲୁଓ) ତଦନ୍ତ ଜାରି ରଖିଛନ୍ତି। ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଚଳିତ ମାସର ଦରମାକୁ ନେଇ ସରକାରୀ କାର୍ଯ୍ୟାଳୟରେ ପାଟିତୁଣ୍ଡ। ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ତଳକୁ ଗଡାଇଦେଇଛନ୍ତି ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓ। ଏବେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପର ଜିଲ୍ଲା ଡାବୁଗାଁ ସମନ୍ବୀତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ। ଉକ୍ତ ଭିଡିଓ ରେ ଡାବୁଗାଁ ସିଡିପିଓ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ ବୟସ୍କ କିରାଣି ସନ୍ତୋଷୀ ମିଶ୍ରଙ୍କୁ ସିଡିପିଓ ଓଫିସରୁ ବାହାରିଯିବା ପାଇଁ କହିବା ସହ ତାଙ୍କୁ ଧକ୍କା ମରାଯାଉଛି। ଚୌକିକୁ ଠେଲିଦେବା ଫଳରେ ବରିଷ୍ଠ କିରାଣି ନିଜ ସିଟ୍‌ରୁ ତଳକୁ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ।
ସନ୍ତୋଷ କୁମାରୀ ମିଶ୍ର ନିଜ ପ୍ରତିକ୍ରିୟା କହିଥିଲେ ଗତ ମାସର ଇଏଲ ଦରମା କରିବାକୁ ନେଇ ସେ ସିଡିପିଓଙ୍କୁ କହିଥିଲେ। ସିଡିପିଓ ଗୀତାଞ୍ଜଳି ମହାରଣା ରାଗିଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଅଫିସରୁ ପଳାଇଯିବା ପାଇଁ କହି ତାଙ୍କୁ ଧକ୍କା ମାରିଥିଲେ। ପୂର୍ବରୁ ଧମକ ଚମକ ଦେଉଥିବା ବେଳେ ଏବେ ମାଡ଼ ମାରିଲେ। ଦରମା କରୁନାହାନ୍ତି। କହିଲେ ମୋତେ ମାଡ଼ ମାରୁଛନ୍ତି। ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଥିଲେ।