Onn 3

ଖଲିସ୍ତାନୀଙ୍କୁ ପ୍ରେତ୍ସାହନ ଓ ଆଶ୍ରୟ ଦେଉଛି କାନାଡ଼ା : ଗୁଇନ୍ଦା ରିପୋର୍ଟ

National & International

ନୂଆଦିଲ୍ଲୀ : କାନାଡା ସରକାର ଏବେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଛନ୍ତି ଓ ସବୁପ୍ରକାରର ପ୍ରେତ୍ସାହନ ଦେଉଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି ।
ରିପୋର୍ଟ ଅନୁସାରେ କାନାଡା ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହାନ୍ତି ଏବଂ ଖଲିସ୍ତାନୀମାନଙ୍କୁ ସବୁପ୍ରକାରର ପ୍ରେତ୍ସାହନ ଦେଉଛନ୍ତି । କାନାଡାର ବିଭିନ୍ନ ରାଜନୈତିକ ଦଳମାନେ ଶିଖମାନଙ୍କୁ ଭୋଟବ୍ୟାଙ୍କ ଭାବେ ଦେଖୁଥିବାରୁ ଖଲିସ୍ଥାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଖଲିସ୍ତାନୀମାନେ କାନାଡାରେ ରହି ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସରକାର ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ କାନାଡା ସରକାର ସେଥିପତି କର୍ଣ୍ଣପାତ କରୁନାହାନ୍ତି ।
ରିପୋର୍ଟ ଅନୁସାରେ କାନାଡାରେ ଥିବା ଶିଖ ଯୁବକମାନଙ୍କ ମଧ୍ୟରେ ଖଲିସ୍ତାନୀ ନେତା ଜରନେଲ ସିଂ ଭିନ୍ଦ୍ରେନଓ୍ବାଲେର ଚିନ୍ତାଧାରା ଓ ଆଦର୍ଶକୁ ପ୍ରଚାରିତ କରାଯାଉଛି । ଖଲିସ୍ତାନୀ ଉଗ୍ରବାଦୀମାନେ କାନାଡା ଭିତରେ ଏକ ବଡ଼ ଆତଙ୍କବାଦୀ ସଂଗଠନ କରିଛନ୍ତି ଏବଂ ସେଠାରୁ ଭାରତ ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି । ଏହା ସତ୍ତ୍ବେ କାନାଡା ସରକାର ସେମାନଙ୍କୁ ପ୍ରେତ୍ସାହନ ଦେଉଛନ୍ତି । କନାଡାରେ ଥିବା ଅନେକ ଅପରାଧୀଙ୍କ ପ୍ରତ୍ୟାର୍ପଣ ପାଇଁ ନୂଆଦିଲ୍ଲୀ ଅନୁରୋଧ ପତ୍ର ପଠାଉଥିଲେ ବି ସେଗୁଡ଼ିକର ଉତ୍ତର ମିଳୁନାହିଁ ।

ଗତ ଜୁନ୍ ୪ ତାରିଖରେ କାନାଡାର ବ୍ରାମ୍ପଟନ୍ ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀଙ୍କ ଦ୍ୱାରା ହତ୍ୟା କରାଯିବା ଘଟଣାକୁ ଦର୍ଶାଯାଇଥିବା ଏକ ଟାବଲୁ ପ୍ରଦର୍ଶନ କରାଯାଇଥିଲା । ତାହାକୁ ନେଇ ଭାରତ ତୀବ୍ର ବିରୋଧ କରିଛି।