Onn 3

କ୍ଷମତା ନୁହେଁ, ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ

Politics State

ଭୁବନେଶ୍ୱର: ୫ଟି ସଚିବ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ବିଜେଡି । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି  ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଲେ, ‘କ୍ଷମତା ହସ୍ତାନ୍ତର କରାଯାଇନି  ।   କର୍ତ୍ତବ୍ୟ  କରିବାକୁ ଦାୟିତ୍ବ ଦିଆଯାଇଛି’ ।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ  ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଯେପରି ଦାୟିତ୍ୱ ଦିଅନ୍ତି  ସେହିପରି ଶାସନର ମୁଖ୍ୟ ଭାବେ ସରକାରୀ କର୍ମକର୍ତାଙ୍କୁ ବି ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ତେଣୁ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା କିପରି ଅସାମ୍ବିଧାନିକ ବୋଲି ସ ପ୍ରଶ୍ନ କରିଛନ୍ତି ।

ତେବେ ବିରୋଧୀ କାହିଁକି ଏହାକୁ ପ୍ରସଙ୍ଗ କରୁଛନ୍ତି ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନରେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ବିରୋଧୀ ନିକଟରେ କୌଣସି ପ୍ରସଙ୍ଗ ନଥାଏ । ତେଣୁ ସେମାନେ ଏମତି କୁହନ୍ତି । ଡିଓପିଟିରୁ  ଚିଠି ଆସିବା  ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଏପରି ଚିଠି ଆସିବ ନୂଆ କଥା ନୁହେଁ । ଏଭଳି ଚିଠି ଆଗରୁ ଆସିଛି  । ଏହା ସରକାରଙ୍କ ବିକାଶ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି କହିଛନ୍ତି ପ୍ରସନ୍ନ ।

ବିଜେଡି ସରକାରଙ୍କ ଗୋଟିଏ ମୁଦ୍ଦା ଏବଂ ତାହା ହେଉଛି ଲୋକଙ୍କର ବିକାଶ । ୫ଟି ସଚିବ ପ୍ରସଙ୍ଗ ୨୦୨୪ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ । ବରଂ ବିଜେଡି ସରକାରର ବିକାଶ କାର୍ଯ୍ୟକ୍ରମ ହିଁ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି   ।

ତେବେ ଯଦି ସରକାର ବିକାଶର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପହଞ୍ଚାଇ ପାରୁଛନ୍ତି ତେବେ ଏଥିରେ ସମ୍ବିଧାନର ଉଲ୍ଲଘଂନ କେମିତି ହେଉଛି ବୋଲି ସେ ଓଲଟା ପ୍ରଶ୍ନ କରୁଛନ୍ତି ।

ସୂଚନାଥାଉ କି, ରାଜ୍ୟ ସରକାରଙ୍କ ୫ଟି ସଚିବ ଆଇଏଏସ କଣ୍ଡକ୍ଟ ରଲ ଉଲ୍ଲଘଂନ କରୁଥିବା ନେଇ ବିଜେପି ନେତା ଅଭିଯୋଗ ଆଣିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚିଠି କରିଛି।