Anugula.jpg

କାଲିଠୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା

State

ANUGULA

ଅନୁଗୁଳ : ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଆଜିଠାରୁ ସପ୍ତାହେ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବୋଟିଂ କରିପାରିବେନି। ସାତକୋଶିଆ ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡ ଓ ବିଭିନ୍ନ ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା ହେବ । ୬ ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବା ସହ ୧୦ ତାରିଖରେ ପକ୍ଷୀ ଗଣନା ହେବ । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ କର୍ମଚାରୀମାନଙ୍କୁ ନେଇ ମୋଟ ୧୪ଟି ସେକ୍ଟର କରାଯାଇଛି ।

ଏହି ଗଣନା କାର୍ଯ୍ୟକ୍ରମ ଦେଶୀ ଡଙ୍ଗା ସାହାଯ୍ୟରେ କରାଯିବ । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ ଲାଗିଥିବା ଆଠଗଡ଼, ମହାନଦୀ, ଆଠମଲ୍ଲିକ ବନଖଣ୍ଡରେ ଗଣନା ହେବ । ଏଥିପାଇଁ ମହାନଦୀରେ ମାଛ ମାରିବା ଓ ବୋଟିଂ ନିଷେଧ କରାଯାଇଛି ।