Onn 3

ନବନିର୍ମାଣ, ଗରିବକଲ୍ୟାଣ ର ୯ବର୍ଷ ପୂର୍ତ୍ତି ରେ ବିଜେପି ପକ୍ଷରୁ ସଚେତନତା ସଭା

Politics State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ମଣ୍ଡଳ ପକ୍ଷରୁ କେଣ୍ଟାଳ ପଞ୍ଚାୟତ କୂଳ ସୁକରପଡ଼ା ଠାରେ ନବନିର୍ମାଣ , ଗରିବ କଲ୍ୟାଣ ୯ ବର୍ଷ ପୂର୍ତ୍ତ ଅବସରରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରା ଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଯୋଗ ଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୯ବର୍ଷ ହେବ ଶାସନ ଚାଲିଛି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୃରଦୃଷ୍ଟିପନ୍ନ ନେତୃତ୍ୱ , କର୍ତ୍ତବ୍ୟ ପ୍ରତି ନିଷ୍ଠା, ଦେଶରେ ସେବା, ଗରିବ କଲ୍ୟାଣ ଯୋଜନା, ବିକାଶର ନୂଆ ଦିଗ ଭଳି ବହୁ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସୁଶାସନରେ ବିଦେଶରେ ମଧ୍ୟ ଭାରତର ଗୌରବ ବଢିଛି ।

ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମରେନ୍ଦ୍ର ନାରାୟଣ ଦାସ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିବେକାନନ୍ଦ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର, ବିଭିନ୍ନ ମଣ୍ଡଳ ସଭାପତି ଭକ୍ତଚରଣ ସ୍ୱାଇଁ, ନିର୍ମଳ ରାଉତ, ଅଶୋକ ସାହୁ, ତ୍ରିଲୋଚନ ନାୟକ, ସନ୍ଦିପ୍ତ ସାମନ୍ତରାୟ, ନାରୀନେତ୍ରୀ ବିଜୟଲକ୍ଷ୍ମୀ ବେହେରା, ବିପିନ ଭୋଇ, ଭାଗ୍ୟଶ୍ରୀ ନାୟକ, ରାଜେନ୍ଦ୍ର ପ୍ରସାଦ ରାଉତ, ଯୋଗେନ୍ଦ୍ର ବେଉରା, ସଂଜୀବ ସାହୁ ଯୋଗଦେଇ ମୋଦି ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପିତାମ୍ବର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମିତିସଭ୍ୟ ଭବାନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।