Onn 3

ଉତ୍ସବ ଆପରେ ଜଗନ୍ନାଥଙ୍କ ନାଁରେ ଠକେଇ

Crime State

ପୁରୀ: ଉତ୍ସବ ଆପରେ ଭକ୍ତଙ୍କୁ ଠକେଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହ ଦ୍ୱାର ଥାନା। ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ସୂଚନା ଅନୁଯାୟୀ ଭକ୍ତଙ୍କ ଭାବନା ସହ ଖେଳ ଖେଳା ଯାଉଛି। ଶ୍ରୀମନ୍ଦିରରେ ଦର୍ଶନ, ପୂଜା ଏବଂ ଭୋଗ ପାଇଁ ଅନଲାଇନରେ ଦିଆଯାଇଛି ବିଜ୍ଞାପନ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏପରି ଠକେଇର ଜାଲ ବିଛାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଭକ୍ତମାନେ ଯେକୌଣସି ସ୍ଥାନରେ ଥାଇ ନିଜ ନାଁରେ ଭୋଗ ଚଢାଇ ପାରିବେବୋଲି ଏଥିରେ କୁହାଯାଇଥିଲା । ଆଉ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ‘ଉତ୍ସବ’ ନାମକ ଆପରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଏଥିସହିତ ବିଗ୍ରହଙ୍କ ମାସିକ ପୂଜା ପାଇଁ ୮ହଜାର ୧ଶହ ଟଙ୍କା । ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪ହଜାର ୫୦୧ ଟଙ୍କା । ସମ୍ପୂର୍ଣ୍ଣ ପରିବାର ସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଇଁ ୨ହଜାର ୪୦୧ଟଙ୍କା । ଏବଂ ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବାକୁ ୨ ହଜାର ୧୫୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜା କରିବାକୁ ହେଲେ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ। ମନ୍ଦିରରେ ନାମ ଓ ଗୋତ୍ର ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଓ ମଣ୍ଡପଭୋଗ ଦାନ ପାଇଁ ୬୯୦୧ ଟଙ୍କା ଦେବାକୁ ଆପରେ ବିଜ୍ଞାପନ ରହିଛି ।

ପ୍ରତ୍ୟେକ ବୁକିଂରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖୁଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ଯ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ପାଇଁ ଆଟିକା ବାନ୍ଧିବାକୁ ୧୧,୫୦୧ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି । ହେଲେ ଶ୍ରୀମନ୍ଦିରରେ ଏଭଳି କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଆପ ମାଧ୍ୟମରେ ଅନଲାଇନ ଭୋଗ ଲଗାଇବାକୁ ୩,୭୦୦ ଲୋକ ବୁକିଂ କରିସାରିଥିବା ସୂଚନା ରହିଛି । ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଆପର ମୁଖ୍ୟ ସୌରଜିତ ବାସୁ, ପ୍ରଜତ ସାମନ୍ତ ଏବଂ ଅଙ୍କିତା ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି ।