Onn 3

ଉଦଳା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଅବିନାଶ ପାଣି ଙ୍କ ଦାୟିତ୍ୱ ଗ୍ରହଣ

State

ବାରିପଦା: ଉଦଳା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଅବିନାଶ ପାଣି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଦ୍ୱାରା ପରିଚାଳିତ ହୋଇଥିବା ଓଡିଶା ସୂଚନା ସେବା (ଓଆଇଏସ -୨)ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଶ୍ରୀ ପାଣି ଏହି ବିଭାଗରେ ନିଯୁକ୍ତି ହେଲେ ।

ଆଜି ଜିଲା ସୂଚନା ଓଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ଠାରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିକାଶ ରଞନ ମହାନ୍ତି ନବନିଯୁକ୍ତ ଉଦଳା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ପାଣି ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ତାଙ୍କର ଆଗାମୀ ଦିନର ସଫଳତା କାମନା କରିଛନ୍ତି । ଅନୁଷ୍ଟିତ ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତଥିଲେ ।