Onn 3

କର୍କଟ ରୋଗରେ ଟାଟା ପାୱାର କର୍ମଚାରୀଙ୍କ ପରଲୋକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗ୍ରାମର ସ୍ୱର୍ଗତ ନନ୍ଦକିଶୋର ରାଉତଙ୍କର ଏକମାତ୍ର ପୁତ୍ର ରଞ୍ଜନ ରାଉତ(୩୮) ଙ୍କର ଗତକାଲି ରାତ୍ରରେ ଭୁବନେଶ୍ୱର ଏକ ଘରୋଇ ନର୍ସିଂହୋମରେ ଅକାଳ ବିୟୋଗ ଘଟିଛି । ଶ୍ରୀ ରାଉତ ଦୀର୍ଘ ଦିନ ହେଲା କର୍କଟରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଶ୍ରୀ ରାଉତ ବ୍ରହ୍ମପୁର ଠାରେ ଟାଟା ପାୱାର କର୍ମଚାରୀ ରୂପେ କାର୍ଯ୍ୟରତ ଥିଲେ । ଶ୍ରୀ ରାଉତଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମକୁ ଅଣାଯାଇ ଶୋକାକୂଳ ପରିବେଶରେ ଦାହ କରାଯାଇଥିଲା ।

ତାଙ୍କର ଭଣଜା ସତ୍ୟନାରାୟଣ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ ସରପଂଚ ଦିଲିପ କୁମାର ରାଉତ,ରମେଶ ଚନ୍ଦ୍ର ସ୍ୱାଇଁ,ମନୋରଞ୍ଜନ ସ୍ୱାଇଁ, ଶୁଭେନ୍ଦୁ ପ୍ରଧାନ, ମନୋଜ ରାଉତ,କିଶୋର ରାଉତ, ଅକ୍ଷୟ ବେହେରା,ଯୁବନେତା ହେମନ୍ତ ରାଉତ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।