Onn 3

ନୋ ହେଲମେଟ, ନୋ ପେଟ୍ରୋଲ : ନିୟମକୁ ଜଡ଼ାକଡ଼ି ପାଳନ କରିବା ପାଇଁ ଯୋଗାଣ ଅଧିକାରଙ୍କୁ ନିର୍ଦ୍ଦେଶ

State

ଆଗରପଡ଼ା: ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ୍ ପମ୍ପ ଗୁଡ଼ିକରେ “ନୋ ହେଲମେଟ ନୋ ପେଟ୍ରୋଲ” ବୋଲି ବଡ଼ବଡ଼ ସାଇନ୍‌ବୋର୍ଡ଼ ମାନ ଝୁଲୁଥିବାର ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ସେ ସଚେତନ ବୋର୍ଡ଼ ଆଉ ଦେଖିବାକୁ ମିଳୁନାହିଁ ବରଂ ବିନା ହେଲମେଟରେ ଶହଶହ ବାଇକ୍ ଆରୋହୀ ପେଟ୍ରୋଲ୍ ପକାଉ ଥିବାର ଦେଖିବାକୁ ମିଳୁଛି । ଏହି ସରକାରୀ ନିୟମ ୭ବର୍ଷ ହେଲା କେବଳ ସାଇନ୍‌ବୋର୍ଡ଼ରେ ରହିଯାଇଥିଲା । ଗତ ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବାଇକ୍ ଚାଳକମାନେ ହେଲମେଟ ବ୍ୟବହାର କରିନଥିଲେ ପମ୍ପରୁ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି ନିୟମ କରାଯାଇଥିଲା । ମାତ୍ର କୈାଣସି ପେଟ୍ରୋଲ୍ ପମ୍ପରେ ଏହି ନିୟମ ପ୍ରାୟ ପାଳନ କରାଯାଉନାହିଁ । କେବଳ ପୋଲିସ୍‌,ଆରଟିଓଙ୍କ ପକ୍ଷରୁ ରାସ୍ତାଘାଟରେ କାଁଭାଁ ବାଇକ୍ ଆରୋହୀଙ୍କର ହେଲମେଟ ସହ ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯାଉଥିବାର ଦେଖିବାକୁ ମିଳୁଛି । ବିନା ହେଲମେଟ ବାଇକ୍ ଚାଲକଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ୁଛି । ବାଇକ୍ ଚଳାଇବା ସମୟରେ ନିଜ ନିରାପତ୍ତା ପାଇଁ ହେଲମେଟ ଏକାନ୍ତ ଜରୁରୀ ମାତ୍ର ସେଥିପ୍ରତି କାହାର ଭୃପେକ୍ଷ ନାହିଁ ।

ବିଭିନ୍ନ କଂପାନୀ ପକ୍ଷରୁ ସଚେତନତା ସୃଷ୍ଟି କରିବା ପାଇଁ ମାଗଣାରେ ହେଲମେଟ ଦିଆଯାଉଛି ମଧ୍ୟ । ମାତ୍ର ହେଲମେଟ ପିନ୍ଧିବାକୁ ବାଇକ୍ ଚାଳକ କୁଣ୍ଠାବୋଧ କରୁଛନ୍ତି ଓ ବିପଦକୁ ଡ଼ାକି ଆଣୁଛନ୍ତି । ତେଣୁ ଏହି ସବୁ କୁ ଆଖି ଆଗରେ ରଖି ସରକାର “ନୋ ହେଲମେଟ ନୋ ପେଟ୍ରୋଲ” କୁ କଡ଼ାକଡ଼ି ପାଳନ କରିବା ପାଇଁ ପ୍ରତି ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ତାଗିତ କରିବା ସହ ଏହାର ଯାଂଚ କରିବା ନିମନ୍ତେ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶାନୁସାରେ ଯୋଗାଣ ଅଧିକାରୀ ତାଙ୍କ ଅଂଚଳର ପେଟ୍ରୋଲ ପମ୍ପକୁ ଯାଇ ସେଠାରେ ଲାଗି ଥିବା ସିସି କେମେରାକୁ ଯାଂଚ କରି ସେଥିରୁ ନିୟମକୁ ଅବହେଳା କରୁଥିବା ବାଇକ ଚାଳକ ସମେତ ଉକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ ଜରିମାନା ଲଗାଇବା ହେବେ । ଉକ୍ତ ନିୟମକୁ ପ୍ରତି ପେଟ୍ରୋଲ୍ ପମ୍ପ ମାନିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।