Onn 3

ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

State

ପୁରୀ: ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ। ୧୫ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବ ବିହ୍ଵଳ । କାହାର ଆଖି ଛଳ ଛଳ ତ ଆଉ କିଏ ଜଗନ୍ନାଥଙ୍କୁ ପାଖରେ ପାଇ ଛାତି କୁଣ୍ଢେ ମୋଟ । ଆଜି ଏତେ ଭିଡ଼ ଦେଖି ଲାଗୁଛି ଆଜି ଯେମିତି ଘୋଷଯାତ୍ରା । ଶୃଙ୍ଖଳିତ ଦର୍ଶନରେ ଉପରେ ଜୋର ଦେଇଛି ପୁରୀ ପ୍ରଶାସନ ଓ ପୋଲିସ ପ୍ରଶାସନ । ସକାଳେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା । ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଛନ୍ତି। ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି।

ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍‌ ଫୋର୍ସ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୫ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଡ୍ରୋନ୍‌ ମଧ୍ୟମରେ ତଦାରଖ କରାଯାଉଛି । ଜଳ, ସ୍ଥଳ ଓ ଆକାଶରୁ ରଖାଯାଇଛି ତୀକ୍ଷ୍ଣ ନଜର। ତଟରକ୍ଷୀ ବାହିନୀ ପକ୍ଷରୁ ପଇନ୍ତରା କରୁଛି ହେଲିକପ୍ଟର। ଏପଟେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛି ତିନି ରଥ। ଆଜ୍ଞାମାଳ ବିଜେ କରାଯାଇ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ।