Onn 3

ନିଶାରେ ଚୁର ଯୁବତୀଙ୍କୁ ନିଜ ଫ୍ଲାଟକୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନରେ ଦଣ୍ଡିତ ହେଲେ ଭାରତୀୟ ଛାତ୍ର

National & International

ଲଣ୍ଡନ: ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନର ଜଣେ ଭାରତୀୟ ଛାତ୍ରଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ୨୦ ବର୍ଷର ଛାତ୍ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ପୁଲିସର ସୂଚନାନୁସାରେ, କୋର୍ଟରେ ଉପସ୍ଥାପିତ ପ୍ରମାଣ ଆଧାରରେ ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି। ଅନେକ ସିସିଟିଭି ଫୁଟେଜରେ ସେ ଜଣେ ଯୁବତୀଙ୍କୁ କାନ୍ଧରେ ବୋହି ନେଇଥିବାର ନଜର ଆସିଥିଲେ | ରିପୋର୍ଟ ଅନୁଯାୟୀ ଛାତ୍ରଙ୍କ ନାମ ପ୍ରୀତ ବିକଲ ହୋଇଥିବାବେଳେ ସେ ବ୍ରିଟେନରେ ପାଠ ପଢୁଥିଲେ | ପ୍ରୀତ ବିକଲ ନିଶାରେ ଚୁର ହୋଇପଡିଥିବା ଜଣେ ଯୁବତୀଙ୍କୁ ନିଜ ଫ୍ଲାଟକୁ ନେଉଥିବାର ଦେଖିବାକୁ ମିଳିଥିଲା | ଫ୍ଲାଟକୁ ନେବାପରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ | ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି |
ପୁଲିସର ସୂଚନାନୁସାରେ, ଛାତ୍ର ଜଣକ ବ୍ରିଟେନରେ ଇଂଜିନିୟରିଂ ପଢୁଥିବାବେଳେ ତାଙ୍କର ଘର ଉତ୍ତର ଦିଲ୍ଲୀରେ ବୋଲି ଜଣାପଡିଛି | ସେ ତାଙ୍କ ଅପରାଧକୁ ସ୍ୱୀକାର କରିଥିବାବେଳେ ପୀଡିତା ଜଣକ କହିଥିଲେ ତାଙ୍କ ସହ ହୋଇଥିବା ଏହି ଅମାନବୀୟ କାଣ୍ଡ ପାଇଁ ସେ ଶୋଇପାରୁ ନଥିଲେ। ପୀଡିତାଙ୍କ କହିବାନୁସାରେ, ସେ ସାଙ୍ଗମାନଙ୍କ ସହ ରାତିରେ ଏକ ବାରକୁ ଯାଇଥିବାବେଳେ ଅଭିଯୁକ୍ତ ପ୍ରୀତ ବିକଲଙ୍କୁ ଭେଟିଥିଲେ। ପରେ ସେ ଘରକୁ ଯିବାବେଳକୁ ନିଜ ସାଙ୍ଗମାନଙ୍କଠାରୁ ଅଲଗା ହୋଇଗଲେ | ପରେ ପ୍ରୀତ ବିକଲ ତାଙ୍କୁ କାନ୍ଧରେ ବୋହି ତାଙ୍କ ଫ୍ଲାଟକୁ ନେଇଯାଇଥିଲେ | ତେବେ ପ୍ରୀତ ଯୁବତୀଙ୍କୁ ନେଇଯାଉଥିବାର ଭିଡିଓ କିଙ୍ଗ ଏଡୱାର୍ଡ ଆଭେନ୍ୟୁ ଏବଂ ନର୍ଥ ରୋଡରେ ସ୍ଥାପିତ ସିସିଟିଭିରେ ରେକର୍ଡ ହୋଇଯାଇଥିଲା।