Onn 3

ରଥଯାତ୍ରା ପାଇଁ ପି ପି ପି ଟ୍ରଷ୍ଟର ପ୍ରସ୍ତୁତି ବୈଠକ

State

ବାରିପଦା: ଚଳିତ ବର୍ଷ ରଥଯାତ୍ରା ପାଇଁ ପୋଲିସ ପବ୍ଲିକ ପ୍ରେସ ଓ ପି ପି ପି ଟ୍ରଷ୍ଟ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି I ଏହି ଅବସରରେ ଟ୍ରଷ୍ଟର ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକ ସମେତ ଉପଦେଷ୍ଟା ଆଇନଜୀବୀ ଉମାକାନ୍ତ ରାଉତ, ବିମଳ କୁମାର ପାଣିଗ୍ରାହୀ, ଉଦୟ ନାଥ ଜେନା ତଥା ସଦସ୍ୟ ସୋମନାଥ ସିଂହ, ସଂଜୀବ ସାହୁ, ବିବେକାନନ୍ଦ ନାୟକ, ଶଙ୍କର୍ଷଣ ମିଶ୍ର, ରାମକୃଷ୍ଣ ମହାପାତ୍ର, ଅସୀମ ଚକ୍ରବର୍ତ୍ତୀ, ସର୍ଦ୍ଦାର ପପୁ ସିଂହ, ଇନ୍ଦୁମତୀ ମହାନ୍ତ, ରିତାଞ୍ଜଳୀ ସାହୁ, ମାନୀ ଗିରି, ମଞ୍ଜୁଲତା ମାରାଣ୍ଡି, ସସ୍ମିତା ମହାନ୍ତି, ଶ୍ୱେତପଦ୍ମା ବେହେରା, ପିଙ୍କି ନାଏକ ଓ ସୁନିତା ଚୌବେ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ I

ରଥଯାତ୍ରାରେ ଆଦିବାସୀ ପରମ୍ପରାରେ କଳସ ଯାତ୍ରା, ସଂକୀର୍ତନ ଦଳ ଦ୍ୱାରା ହରିନାମ ଗାନ, ଭକ୍ତଜନଙ୍କୁ ଟଙ୍କତୋରାଣି ବଣ୍ଟନ, ସେବାୟତ ଓ କର୍ମକର୍ତ୍ତାଙ୍କୁ ନୂତନ ବସ୍ତ୍ର ପ୍ରଦାନ, ସଦସ୍ୟ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଓ ଆହତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି I ଶାନ୍ତିଶୃଙ୍ଖଳା ସହ ସମସ୍ତେ ନିଜ ନିଜର ଦାୟିତ୍ୱ ପରିଚାଳନା କରିବା ପାଇଁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନାୟକ ପରାମର୍ଶ ଦେଇଥିଲେ I