ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ଜୟ ଭୀମ ଛାତ୍ର ସଂଗଠନକୁ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟାନ୍ୟ ଛାତ୍ର ସଂଗଠନର ବିରୋଧ । ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ । ଗତକାଲି ଜୟ ଭୀମ ସଂଗଠନ ଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଭିତରେ ବଚସା ହୋଇଥିଲା । ଆଜି ସମାଧାନ ପାଇଁ ପଚରାଉଚରା ବେଳେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଗଣ୍ଡଗୋଳରେ ୮ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ମାଡ଼ ମାରିଥିବା ଜୟ ଭୀମ ସଂଗଠନ ଛାତ୍ରଙ୍କ ଗିରଫ ଦାବି କରିଛନ୍ତି ବିଶ୍ବବିଦ୍ୟାଳୟ ଛାତ୍ର ।
ସୂଚନା ଅନୁସାରେ, ଗତକାଲି ଜୟଭୀମ ସଂଗଠନ ତରଫରୁ କାର୍ଯ୍ୟକ୍ରମ ନେଇ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ବଚସା ହୋଇଥିଲା । ଯାହାର ଆପୋସ ସମାଧାନ ପାଇଁ ଆଜି ଛାତ୍ର ସଂଗଠନ ପଚରାଉଚରା କରିବା ବେଳେ ଗଣ୍ଡଗୋଳ ହୋଇଥିଲା । ଫଳରେ ଜୟ ଭୀମ୍ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗେସ ଓ ଅନ୍ୟ ସମସ୍ତ ବାଣୀବିହାର ଛାତ୍ରମାନେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ତେବେ ଗଣ୍ଡଗୋଳରେ ୮ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମାଡ଼ ମାରିଥିବା ଜୟଭୀମ କର୍ମୀଙ୍କ ଗିରଫଦାରି ଦାବି କରି ଛାତ୍ରଙ୍କ ବିକ୍ଷୋଭ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ସହ ୨ ଜଣ ଏସିପି ଉପସ୍ଥିତ ଅଛନ୍ତି ।