Onn 3

ସାମ୍ବାଦିକଙ୍କ ମାତୃ ବିୟୋଗ : ବିଭିନ୍ନ ମହଲରେ ଶୋକ

State

ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜର ଜିଲ୍ଲା ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀଙ୍କ ୭୦ ବର୍ଷ ବୟସରେ ବିୟୋଗ ହୋଇଛି।

ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ରାଘୁବୁଲୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମାତା ଶାନ୍ତିଲତାଙ୍କ ବିୟୋଗ ହୋଇଥିଲା।

ପରେ ତାଙ୍କ ମର ଶରୀରକୁ ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନିଜ ବାସଭବନକୁ ଅଣାଯାଇଥିଲା।

ମାତା ସ୍ୱର୍ଗତା ଶାନ୍ତିଲତା ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ। ମୃତ୍ୟୁ ସମୟ ବେଳେ ତାଙ୍କ ପାଖରେ ଏକମାତ୍ର ପୁତ୍ର ବାଳକୃଷ୍ଣଙ୍କ ସମେତ ଦୁଇ ଝିଅ ସ୍ନେହଲତା ଓ ସ୍ଵର୍ଣ୍ଣଲତା , ସାନଜୁଇଁ ଯୁଧିଷ୍ଟିର ଏବଂ ଦୁଇ ନାତୁଣୀ ଖୁସି ଓ ପୁନମ ପ୍ରମୁଖ ଉପସ୍ଥିତ ଥିଲେ।

ମାତା ସ୍ୱର୍ଗତା ଶାନ୍ତିଲତାଙ୍କ ମର ଶରୀରକୁ ଶୋକାକୁଳ ପରିବେଶ ମଧ୍ୟରେ ନିଜ ବାସଭବନରୁ ମୁକ୍ତି ରଥ ଯୋଗେ ଶତାଧିକ ଲୋକଙ୍କ ସଙ୍ଗରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା କିମେଡି ବ୍ରିଜ ନିକଟକୁ ନିଆଯାଇ ସେଠାରେ ଥିବା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ମାତାଙ୍କ ମୃତ୍ୟୁରେ ଆଦର୍ଶ ଦାସ , ରାମଶଙ୍କର ପଟ୍ଟନାୟକ , ମନୋରଞ୍ଜନ ପଟ୍ଟନାୟକ , ପ୍ରଦୀପ୍ତ ପଟ୍ଟନାୟକ , ରଘୁନାଥ ପଟ୍ଟନାୟକ , ରାଜକିଶୋର ପଟ୍ଟନାୟକ , ସୁଧାରଂଜନ ପଟ୍ଟନାୟକ , ରତିକାନ୍ତ ପଟ୍ଟନାୟକ , ବୁଲୁ ପଟ୍ଟନାୟକ , ବାପି ପଟ୍ଟନାୟକ , ଭିକି , ନିରଞ୍ଜନ , ଅମିତ , ପ୍ରମୋଦ ପଟ୍ଟନାୟକ , ସନ୍ତୋଷ ପଟ୍ଟନାୟକ , ବାପି ପାଟଯୋଶୀ , ତରଙ୍ଗ ରଙ୍ଗ ସଭାପତି ଦେବେନ୍ଦ୍ର ଦାସ , କ୍ରିଏଟିଭ୍ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଅର୍ଜୁନ ନାୟକ , ଭକ୍ତି ସଙ୍ଗୀତ ସଂସଦର ରଘୁନାଥ ପାତ୍ର , ରାଜେନ୍ଦ୍ର ରଥ , ଜିଲ୍ଲା ଏସୟୁଜେ ର ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଓ ସଂପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶ୍ରୀ କୃଷ୍ଣ କୁମାର ବେହେରା , ଶ୍ରୀ ରଶ୍ମି ରଞ୍ଜନ ମିଶ୍ର (ପପ୍ପୁ) , ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ଆଲୋକ ବୋଷ , ଶ୍ରୀ ଶିଶିର ଗୌଡ଼ , ଶ୍ରୀ ବିବେକା ନନ୍ଦ ବେହେରା , ଶ୍ରୀ ବୀର ପଟନାୟକ , ପିଣ୍ଟୁ ପାଟଯୋଶୀ , ସରୋଜ ପାଣିଗ୍ରାହୀ , ନରସିଂହ (କୁନା) ପଟ୍ଟନାୟକ , ଶ୍ରୀ ବାଦଲ ବର୍ଦ୍ଧନ , ଶ୍ରୀ ଆମୋଦ ବର୍ଦ୍ଧନ , ଶ୍ରୀ ଈଶ୍ୱର ବିଶୋଇ ଶ୍ରୀ ରାଜେଶ ପଟ୍ଟନାୟକ , ବାପି ପଣ୍ଡା , ପ୍ରେମା ପଣ୍ଡା ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବହୁ ସାମ୍ବାଦିକ ମାନେ ନିଜର ଶୋକ ବ୍ୟକ୍ତରେ ଅମର ଆତ୍ମା ପ୍ରତି ସଦଗତି କାମନା କରିଛନ୍ତି।