Onn 3

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିର ପ୍ରତିବାଦରେ ପଥପ୍ରାନ୍ତ ସଭା

State

ନିଶ୍ଚିନ୍ତକୋଇଲି : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନୀତିର ପ୍ରତିବାଦରେ ଆଜି ୧୮ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନିଶ୍ଚିନ୍ତକୋଇଲି ଜୋନାଲ କମିଟି ତରଫରୁ ଏକ ପଥପ୍ରନ୍ତ ସଭା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟ ପଡିଆ ଠାରୁ ଏକ ଶୋଭାଯାତ୍ରା ବାହାରି ନିଶ୍ଚିନ୍ତକୋଇଲି ବଜାର ପରିକ୍ରମା କରିଥିଲା । ଏହି ଅବସରରେ ନିଶ୍ଚିନ୍ତକୋଇଲି ବସ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ନିଶ୍ଚିନ୍ତକୋଇଲି ଜୋନାଲ କମିଟିର ସମ୍ପାଦକ କଣ୍ଡୁରୀ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ସନାତନ ମଲିକ ସଭାପତିତ୍ୱ କରିଥିଲେ ।

ଏଥିରେ କଟକ ଜିଲ୍ଲା ସମ୍ପାଦକ ବନୋଦ ବେହେରା, ସହସମ୍ପାଦକ ଉଦୟ କେଶରୀ ବର୍ମା ,କଟକ ନଗର ସମ୍ପାଦକ ବିଦ୍ୟା ପ୍ରସନ୍ନ ମହାପାତ୍ର, ହିମାଂଶୁ ଶେଖର ଭୂୟାଁ ,ହରିହର ମହାନ୍ତି. ଅରବିନ୍ଦ ପଣ୍ଡା,ରଞ୍ଜନ କୁମାର ଓଝା, ଶିବରାମ ବସ୍ତିଆ. ଆଦିକନ୍ଦ ମଲିକ, ମାଗୁଣି ନାୟକ, ସଞ୍ଜୟ ରାଉତ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।